ଖୁବ୍ଶୀଘ୍ର ଜେଲରୁ ମୁକୁଳିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ। ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ସଭାପତି ବାରିଷ୍ଟର ଗୌହର ଅଲି ଖାନଙ୍କ ସୂଚନା ଅନୁସାରେ ଜୁନ୍ ୧୧ ତାରିଖରେ ଅଲ-କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ଜାମିନ ମିଳିପାରେ। ଇମ୍ରାନଙ୍କ ଜନସମର୍ଥନ ଏବଂ ଭାରତର ଅପରେସନ ସିନ୍ଦୁର ପରେ ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିରଙ୍କ ଉପରେ ଚାପ ବଢିଚାଲିଛି। ଭାରତର ସିନ୍ଦୁର ଅପରେସନ ପାକିସ୍ତାନର ସାମରିକ ରଣନୀତିକୁ ନାକେଦମ୍ କରିଥିଲା। ଏହି ସବୁ କାରଣ ପାଇଁ ସେନାମୁଖ୍ୟ ଇମ୍ରାନଙ୍କୁ ମୁକ୍ତ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଜୁନ ୧୧ ତାରିଖ ଇମ୍ରାନ ଖାନ ଓ ପାକିସ୍ତାନର ରାଜନୀତି ପାଇଁ ଏକ ନିର୍ଣ୍ଣାୟକ ଦିନ ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now