ଭୂମିକମ୍ପରେ ଥରିଲା ଜାପାନ, ସୁନାମୀ ଆଲର୍ଟ

ଜାପାନରେ ବଡ ଧରଣର ଭୂମିକମ୍ପ। ରିକ୍ଟର ସ୍କେଲରେ ତୀବ୍ରତା ୭.୧ ରହିଛି। ଫଳରେ ଦେଶରେ ସୁନାମୀ ଆଲର୍ଟ ଜାରି ହୋଇଛି। ଭୂମିକମ୍ପର ଝଟକା ଜାପାନର କ୍ୟୁଶୁ ଓ ଶିକୋକୁ ଦ୍ୱୀପଯାଏଁ ଅନୁଭୂତ ହୋଇଛି । ଭୂକମ୍ପ ସହ ଜାପାନରେ ଅନେକ ଉପକୂଳ ଇଲାକା ମିୟାଜାକି, କୋଚି, ଇହିମୋ, କାଗୋସିମା ଓ ଆଇମାରେ ସୁନାମୀ ଆଲର୍ଟ ଜାରି ହୋଇଛି ଏବଂ ସ୍ଥିତି ଉପରେ ନଜର ରଖାଯାଇଛି । ଭୂମିକମ୍ପ ଫଳରେ କ୍ୟୁଶୁ ନିକଟ ମିୟାଜାକି ସମୁଦ୍ରରେ ୨୦ ଫୁଟରୁ ଅଧିକ ଉଚ୍ଚର ଲହଡି ଉଠୁଥିବା ଦେଖିବାକୁ ମିଳୁଛି । ତେବେ ଭୂମିକମ୍ପ ଯୋଗୁଁ କ୍ଷୟକ୍ଷତିର କୌଣସି ସୂଚନା ଏଯାଏଁ ମିଳିନାହିଁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *