ପୁଅକୁ ରାଜକ୍ଷମା ଦେଲେ ବାଇଡେନ

() ପୁଣି ଚର୍ଚ୍ଚାରେ ଆମେରିକାର ବିବାଦୀୟ ରାଷ୍ଟ୍ରପତି ଜୋ ବାଇଡେନ । ବନ୍ଧୁକ ରଖିବା ଏବଂ ଟିକସ ଠକେଇ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ରାଷ୍ଟ୍ରପତି ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ। ହ୍ୱାଇଟ ହାଉସ ଛାଡିବା ପୂର୍ବରୁ ନିଜ ପୁଅକୁ ରାଜକ୍ଷମା ଦେଇଛନ୍ତି ବାଇଡେନ । ପ୍ରଥମେ ସେ ରୁଷ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ଏଟିଏସିଏମଏସ ବ୍ୟବହାର କରିବାକୁ ୟୁକ୍ରେନକୁ ଅନୁମତି ଦେଇ ବିଶ୍ଵରେ ଯୁଦ୍ଧ ପରିସ୍ଥିତିକୁ ଅଧିକ ଘନୀଭୂତ କରିବା ପରେ  ଏବେ ଯିବା ପୂର୍ବରୁ ନିଜ ପୁଅକୁ ରାଜକ୍ଷମା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆଉ କହିଛନ୍ତି ଯେ, ମୁଁ ଆଶା କରୁଛି ଆମେରିକାବାସୀ ଏହାକୁ ବୁଝିପାରିବେ।

୨୦୧୪ ଜାନୁୟାରୀ ୧ରୁ ୨୦୨୪ ଡିସେମ୍ବର ୧ ପର୍ଯ୍ୟନ୍ତ ହଣ୍ଟର ବାଇଡେନ କରିଥିବା ସମସ୍ତ ଦୋଷୀରୁ ତାଙ୍କୁ ମୁକ୍ତ କରାଯାଇଛି। ଏହି ସମୟସୀମା ମଧ୍ୟରେ ସେ ଯେଉଁ ଦୋଷତ୍ରୁଟି ବା ଅପରାଧ କରିଛନ୍ତି ସେସବୁରୁ ତାଙ୍କୁ ବାଇଡେନ ରାଜକ୍ଷମା ପ୍ରଦାନ କରିଛନ୍ତି। ବେଆଇନ ଭାବରେ ବନ୍ଧୁକ ରଖିବା, ଟିକସ ଠକିବା ସହିତ ପାରିବାରିକ ବିବଦା ନେଇ ତାଙ୍କ ବିରୋଧରେ ମକଦ୍ଦମା ଚାଲିଥିଲା। ସେ ଡ୍ରଗ୍ସ ଦ୍ଵାରା ମଧ୍ୟ କବଳିତ ହୋଇଥିଲେ। ନିକଟରେ ବାଇଡେନ କହିଥିଲେ ଯେ, ସେ ତାଙ୍କ ପୁଅକୁ କ୍ଷମା କରିବା ଲାଗି ରାଷ୍ଟ୍ରପତି ପଦବୀର କୌଣସି ପ୍ରକାର କ୍ଷମତା ବ୍ୟବହାର କରିବେ ନାହିଁ। ମାତ୍ର ବିଦାୟ ନେବା ପୂର୍ବରୁ ନିଜ କଥାକୁ ନିଜେ ଭାଙ୍ଗି ପୁଅ ପାଇଁ ନିଜ ପଦବୀର ଅପବ୍ୟବହାର କରିଥିବା ଚର୍ଚ୍ଚା ହେଉଛି। ଫଳରେ ପୁଅ ହଣ୍ଟର ବାଇଡେନଙ୍କୁ ଏହି  ଅପରାଧରେ ଆଉ କୌଣସି ପ୍ରକାର ଦଣ୍ଡବିଧାନ କରାଯାଇପାରିବ ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *