ଇସଲାମାବାଦ : ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଲଶ୍କର-ଏ ତୋଇବା ଆତଙ୍କବାଦୀ ଅବଦୁଲ ସଲାମ ଭୁଟ୍ଟାବୀ ଙ୍କର ପାକିସ୍ତାନର ପଞ୍ଜାବ ପ୍ରଦେଶର ଶେଖପୁରା ଜେଲରେ ମୃତ୍ୟୁ ଘଟିଛି । ଆତଙ୍କବାଦକୁ ଆର୍ôଥକ ସହାୟତା ଦେବା ମାମଲାରେ ସେ ଏହି ଦଣ୍ଡ ଭୋଗୁଥିଲେ ।
୨୦୦୮ ମସିହାରେ ଭାରତର ଶିଳ୍ପ ରାଜଧାନୀ କୁହାଯାଉଥିବା ସହର ମୁମ୍ବାଇ ଉପରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରରେ ଲଶ୍କର-ଏ-ତାଇବା ଆତଙ୍କବାଦୀ ଅବଦୁଲ ସଲାମ ଭୁଟ୍ଟାବୀ ମଧ୍ୟ ଜଡିତ ଥିଲା । ୨୦୧୧ ମସିହାରେ ଭୁଟ୍ଟାବୀ ନିଜେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବା ପାଇଁ ୨୦ ବର୍ଷ କାର୍ଯ୍ୟ କରିଥିବା ସ୍ୱୀକାର କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now