ନୂଆଦିଲ୍ଲୀ: ପୁଣି ଇଜରାଏଲର ଲଗାମ ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଧରିବାକୁ ସଜହେଉଛନ୍ତି। ଦେଶରେ ସାଧାରଣ ନିର୍ବାଚନର ଗଣତି ନ ସରୁଣୁ ପୁଣି ସେ ପ୍ରଧାମନ୍ତ୍ରୀ ହେବାକୁ ଯାଉଥିବା ପରି ମନେ ହେଉଛି। ୮୫ ପ୍ରତିଶତରୁ ଅଧିକ ଗଣତି ହୋଇଥିବା ବେଳେ ଆଗରେ ରହିଛନ୍ତି ନେତାନ୍ୟାହୁ।ଏକ୍ଜିଟ ପୋଲରେ ୧୨୦ ସଦସ୍ୟ ବିଶିଷ୍ଟ ସଂଦସରେ ତେତାନ୍ୟାହୁଙ୍କ ସମର୍ଥକ ପାର୍ଟିଗୁଡିକୁ ୬୫ ସିଟରେ ବିଜୟ ମିଳିଥିବା ଅନୁମାନ କରାଯାଉଛି।
ନେତାନ୍ୟାହୁ ଇଜରାଏଲର ସବୁଠାରୁ ଦୀର୍ଘ କାଳ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି। ତେବେ ତାଙ୍କ ନାମରେ କିଛି ଦୁର୍ନୀତିର ଅଭିଯୋଗ ଆସିବାରୁ ଅନେକ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁ ନ ଥିଲେ। କିନ୍ତୁ ଏଯାବତ୍ ଗଣନାରୁ ସେ ପୁନଃ ପ୍ରଧାନମନ୍ତ୍ରୀ ହେବା ଅନୁମାନ କରାଯାଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now