ଇସଲାମାବାଦ: ପାକିସ୍ତାନ ଏବେ ସବୁଠାରୁ ଗୁରୁତର ଆର୍ଥିକ ସଂକଟ ଦେଇ ଗତିକରୁଛି। ପାକିସ୍ତାନ ଦେବାଲିଆ ସ୍ଥିତିରେ ଓ ତାର ଏହି ସ୍ଥିତିରୁ କେବଳ ଋଣ ହିଁ ବାହାର କରି ପାରିବ ବୋଲି କୁହାଯାଉଥିବା ବେଳେ ଅର୍ଥାଭାବକୁ ସମ୍ଭାଳିବା ପାଇଁ ପ୍ରଧାନମନ୍ତ୍ରୀ ସାହବାଜ ଶରିଫ କର୍ମଚାରୀ ଛଟଣି କରିବାକୁ ନିଷ୍ପତ୍ତି ନେଇଛି।
ପାକ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି କି, ଆର୍ଥିକ ସଂକଟ ଭିତରେ ପ୍ରଧାନମନ୍ତ୍ରୀ ସାହବାଜ ସରିଫ ବିଦେଶ ମନ୍ତ୍ରଣାଳୟକୁ ନେର୍ଦ୍ଦେଶନାମା ଜାରି କରି ବିଦେଶରେ ଚାଲିଥିବା ନିଜ ବିଭିନ୍ନ ମିଶନ, କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ସଂଖ୍ୟା କମାଇବାକୁ ଓ ଖର୍ଚ୍ଚରେ ୧୫ ପ୍ରତିଶତ କାଟ ପାଇଁ କୁହାଯାଇଛି। ପାକ ପିଏମଓ ପକ୍ଷରୁ ମଙ୍ଗଳବାର ରେସନାଲାଇଜେସନ ଅଫ ଫରେନ ମିଶନ ଆବ୍ରୋଡ ଶୀର୍ଷକ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ ଦୁଇ ସପ୍ତାହ ଭିତରେ ଏହି ମାମଲାରେ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ରାଷ୍ଟ୍ରୀୟ ମିତବ୍ୟୟତା ସମିତି ବା ଏନଏସି ବିଦେଶରେ ଥିବା ମିଶନରେ କାଟ କରିବାକୁ ପରାମର୍ଶ ଦେଇଛି। ଏହି ସମିତିର ଗଠନ ପ୍ରଧାନମନ୍ତ୍ରୀ ଦେଶର ଆର୍ଥିକ ସ୍ଥିତିର ସୁଧାର ପାଇଁ କରିଥିଲେ।
ସମିତି ପକ୍ଷରୁ କୁହାଯାଇଛି କି, ବିଦେଶରେ ପାକିସ୍ତାନୀ ମିଶନଗୁଡିକରେ ହେଉଥିବା ଖର୍ଚ୍ଚରେ ୧୫ ପ୍ରତିଶତ କାଟ କରାଯାଉ। ଏଥିସହ ସେଠାରେ କାମ କରୁଥିବା କର୍ମଚାରୀଙ୍କ ସଂଖ୍ୟା ମଧ୍ୟ କମାଇବାକୁ ସୁପାରିଶ କରାଯାଇଛି। କାରଣ ୧୦ ଫେବୃଆରୀ. ପାକ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ମାତ୍ର ୩.୨ ବିଲିୟନ ଆମେରିକୀୟ ଡଲାର ଥିଲା, ଯାହା ମାତ୍ର ୩ ସପ୍ତାହର ଆମଦାନୀକୁ କାର୍ଯ୍ୟକ୍ଷମ ରଖି ପାରିବ।
ସାହବାଜ ସରକାର ଓ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ମଧ୍ୟରେ ୯ ରାଉଣ୍ଡ ବୈଠକ ହୋଇସାରଛି। କିନ୍ତୁ ବେଲଆଉଟ ପ୍ୟାକେଜ ଉପରେ କୌଣସି ସହମତି ହୋଇପାରୁ ନାହିଁ। ତେଣେ ପାକିସ୍ତାନକୁ ଡିଫଲ୍ଟ ହେବାକୁ ରକ୍ଷା କରିବା ଜରୁରି ହୋଇପଡଛି। ତେଣୁ ଡଲାର ପ୍ରତ୍ୟାହାର ରୋକିବାକୁ ସରକାର ପ୍ରତିବନ୍ଧକ ଲଗାଇବାକୁ ବାଧ୍ୟ ହୋଇଛି। କେବଳ ଜରୁରୀ ଖାଦ୍ୟ ସାମଗ୍ରୀ, ଔଷଧ ଆମଦାନୀକୁ ଅନୁମତି ଦିଆଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now