ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ : ୩୫ ମୃତ

ପାକିସ୍ତାନରୁ ଇରାନ୍ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୮ ଜଣ ଆହତ ହୋଇଛନ୍ତି । ବସ୍‌ଟି ଇରାନ୍‌ର ୟଜଦ୍‌ରେ ଓଲଟି ପଡ଼ିବା ଫଳରେ ୩୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସୂଚନା ମିଳିଛି । ୟଜଦ୍ ପ୍ରଦେଶର ଏକ ଚେପୋଷ୍ଟ ନିକଟରେ ବସ୍‌ଟି ଓଲଟି ପଡ଼ିଥିଲା । ଦୁର୍ଘଟଣା ସମୟରେ ବସ୍‌ରେ ୫୩ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଲରକାନା, ସିନ୍ଧ ଏବଂ ଘୋଟକି ସହରର ବାସିନ୍ଦା । ବ୍ରେକ୍ ଫେଲ୍ ହେବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହାପରେ ସେଥ୍ରେ ନିଆଁ ଲାଗିଯାଇଥିଲା । ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ କୌଣସି ସୁଯୋଗ ମିଳି ନ ଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *