ମଧ୍ୟପ୍ରାଚ୍ୟରେ ପୁଣି ଏକ ବଡ଼ ଯୁଦ୍ଧର ଆଶଙ୍କା

ମଧ୍ୟପ୍ରାଚ୍ୟରେ ପୁଣି ଏକ ବଡ଼ ଯୁଦ୍ଧର ଆଶଙ୍କା। ଆମେରିକା ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଦେଶ ଦ୍ବିତୀୟ ବଡ଼ ସହର ଅଲେପ୍ପାକୁ କବଜାକୁ ନେଇଛନ୍ତି। ଏହା ସହିତ ଋଷ-ଇରାନ ସମର୍ଥିତ ଅଶର ଅଲ-ଅସାଦ ନେତୃତ୍ବରେ ଚାଲିଥିବା ସରକାର ବିରୋଧରେ ଯୁଦ୍ଧଂଧେହୀ ଡାକରା ଦେଇଛନ୍ତି। ତିନି ତଳେ ବିଦ୍ରୋହୀ ଗୋଷ୍ଠୀ ନିଜର ବିସ୍ତାର ଆରମ୍ଭ କରିଥିଲା। ଧୀରେ ଧୀରେ ଏବେ ଏହା ଯୁଦ୍ଧ ଆଡ଼କୁ ମୁହାଁଉଛି। ଆତଙ୍କୀବାଦୀ ସଂଗଠନ ହୟାତ ତହରୀର ଅଲ-ସାମ ଋଷ-ଇରାନ ସମର୍ଥିତ ଅଶର ଅଲ-ଅସାଦ ସଂଗଠନକୁ ଶାସନ କ୍ଷମତାରୁ ବିତାଡ଼ିତ କରିବାକୁ ଚେଷ୍ଟା କରୁଛି। ଯିଏ ୨୦୦୦ ମସିହାରୁ ଯୁଦ୍ଧଗ୍ରସ୍ତ ସିରିଆରେ କ୍ଷମତାକୁ ଉପଭୋଗ କରିଆସୁଛି। ବିଦ୍ରୋହୀ ଗୋଷ୍ଠୀ ସିରିଆର ପ୍ରାୟ ୫୦ରୁ ନଗରକୁ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି। ଆତଙ୍କବାଦୀ ସମୂହ ଅଲେପ୍ପା ସହରର ପଶ୍ଚିମ ଜିଲ୍ଲାରେ ପ୍ରବେଶ କରିଛି। ଯାହା ଅଶର ଅଲ-ଅସାଦ ସଂଗଠନର କବଜାରେ ରହିଛି। ହୟାତ ତହରୀର ଅଲ-ସାମ ସଂଗଠନ ସହରକୁ ନିଜ ଅକ୍ତିଆରକୁ ନେବାକୁ ପୂର୍ବ ଠାରୁ ଆହୁରି ଆକ୍ରମକ ହୋଇଛି । ଏପଟେ ଅଶର ଅଲ-ଅସାଦ ସମର୍ଥନ କରୁଥିବା ଋଷ ସେନା ଏକ ବୟାନ ଜାରି କରି କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଏୟାର ଷ୍ଟ୍ରାଇକରେ ବିଦ୍ରୋଦୀ ଗୋଷ୍ଠୀର ପ୍ରାୟ ୩୦୦ ଅଧିକ ଆତଙ୍କୀ ନିହତ ହୋଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *