ବିମାନରୁ ଖସି ପାଇଲଟଙ୍କ ମୃତ୍ୟୁ

Spread the love

ବିମାନରୁ ଖସି ପାଇଲଟଙ୍କ ମୃତ୍ୟୁ। କୋ-ପାଇଲଟଙ୍କ ସହ ଯାଉଥିବା ବେଳେ ବିମାନରେ ତ୍ରୁଟି ଦେଖାଦେଇଥିଲା। ବିମାନରୁ ପାଇଲଟ ଜଣଙ୍କ ଖସିପଡି ତାଙ୍କର ମୃତ୍ୟୁ ହୋଇଛି। ତେବେ ମୃତକ ଜଣଙ୍କ ହେଉଛନ୍ତି ୨୩ ବର୍ଷୀୟ ପାଇଲଟ ଚାର୍ଲସ ହଗ କ୍ରୁକ୍ସ। ତାଙ୍କ ମୃତଦେହକୁ ବହୁ ଖୋଜାଖୋଜି କରିବା ପରେ ଆମରିକାରର କୈରୋଲିନାରୁ ଉଦ୍ଧାର କରାଯାଇଛି। ତେବେ ସେ ଜାଣିଶୁଣି ବିମାନରୁ ଡେଇଁଥିଲେ ନା ଖସିପଡିଥିଲେ ତାହା ଅସ୍ପଷ୍ଟ ରହିଛି।  ସେପଟେ କୋ-ପାଇଲଟ ଜଣଙ୍କ ବିମାନକୁ ଜରୁରୀକାଳୀନ ଅବତରଣ କରିଥିବା ବେଳେ ଏଥିରେ ସେ ସାମାନ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇ ଏବେ ସେ ସୁସ୍ଥ ଅଛନ୍ତି। ବିମାନର ଉଡାଣ ସମୟରେ ଅବତରଣ ଗିଅରରେ ତ୍ରୁଟିପୂର୍ଣ୍ଣ ସମସ୍ୟା ଦେଖାଦେଇଥିଲା। ଏହା ଜାଣିବା ପରେ ପାଇଲଟ ଜଣଙ୍କ ତଳକୁ ଖସି ପଡିଥିଲେ। ସେହି ସମୟରେ ସେ ପାରାଚ୍ୟୁଟ ମଧ୍ୟ ପିନ୍ଧିନଥିଲେ। ସେପଟେ ଚାଲର୍ସଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ। ଜଣେ ବ୍ୟକ୍ତିଙ୍କ ଉଚ୍ଚ ସ୍ୱର ଶୁଣାଯିବାରୁ ପୋଲିସକୁ ଜଣାଇଥିଲେ ସ୍ଥାନୀୟଲୋକେ। ପରେ ଏନେଇ ବହୁ ଖୋଜାଖୋଜି କରିବା ପରେ ଚାର୍ଲସଙ୍କ ମୃତଦେହ ମିଳିଥିଲା। ସେପଟେ ଚାର୍ଲସଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା ହଗ୍ କ୍ରୁକ୍ସ ଭାଙ୍ଗି ପଡିଛନ୍ତି। କଲେଜରେ ପାଠ ପଢୁଥିବା ବେଳେ ଚାର୍ଲସ ପାଇଲଟ ଲାଇସେନ୍ସ ପାଇଥିଲେ। ଏବଂ ସେ ତାଙ୍କ କାର୍ଯ୍ୟରେ ବହୁ ଖୁସି ଥିବା ବାପା ହଗ୍ କ୍ରୁକ୍ସ କହିଛନ୍ତି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *