ଭିନ୍ନ ପରମ୍ପରା

Spread the love

ଦୁନିଆରେ ବିଭିନ୍ନ ପ୍ରକାରର ଜନଜାତି ବାସ କରୁଛନ୍ତି। ସେମାନଙ୍କ ପରମ୍ପରା, ଚାଲିଚଳଣ, ଖାଦ୍ୟପେୟ, ଜୀବନଶୈଳୀ ଭିନ୍ନ ଧରଣର। ଲୋକମାନେ ଆଧୁନିକତାକୁ ବହୁ ମାତ୍ରାରେ ଗ୍ରହଣ କରୁଥିବା ବେଳେ , ଆଜିବି ଏଭଳି ଜନଜାତି ଅଛନ୍ତି ସେମାନେ ହଜାର ହଜାର ବର୍ଷ ତଳର ପରମ୍ପରାକୁ ଭୁଲି ନାହାନ୍ତି। ସେଗୁଡିକୁ ସେମାନେ ଅନୁସରଣ କରୁଥିବା ବେଳେ ଆଜି ବି ସେମାନେ ଚର୍ଚ୍ଚାରେ।
ବିଭିନ୍ନ ସ୍ଥାନରେ ରହୁଥିବା ଆଦିବାସୀମାନଙ୍କ ପରମ୍ପରା ଅତ୍ୟନ୍ତ ସ୍ୱତନ୍ତ୍ର। ଯାହା ଆଜି ବି ପାଳନ କରୁଥିବା ଦେଖିବାକୁ ମିଳିଛି। ତେବେ ବ୍ରାଜିଲରେ ଏଭଳି ଜନଜାତି ଅଛନ୍ତି , ଯେଉଁମାନେ କି ବିପଦଜନ୍ନକ ପରମ୍ପରାକୁ ଆପଣେଇଥାନ୍ତି। ଅମେଜନ ସାଟେରେ-ମାୱା ଜନଜାତିର ଏକ ପୁରୁଣା ପରମ୍ପରା ଅଛି ଯେ, ଯେତେବେଳେ ପୁଅମାନେ ଛୋଟ ଥାଆନ୍ତି ସେତେବେଳେ ସେମାନେ ନିଜ ସମ୍ପ୍ରଦାୟକୁ ପ୍ରମାଣ କରିବାକୁ ପଡିବ ଯେ ସେମାନେ ଯୁବକ ଅଟନ୍ତି। ପୁଅମାନେ ନିଜକୁ ଶହଶହ ବିପଦଜନ୍ନକ ପିମ୍ପୁଡିରୁ କାଟି ଦିଅନ୍ତି। ଏହି ଅଜବ ପରୀକ୍ଷାରେ ପାସ ହେବା ପରେ ପୁଅମାନେ ବିବାହ କରିଥାନ୍ତି। ଏକ ଅଦ୍ଭୁତପୂର୍ବ ପରମ୍ପରା ଅନୁଯାୟୀ ଜାତିର ବାଳକମାନଙ୍କୁ ବିପଦଜନ୍ନକ ପିମ୍ପୁଡି ଦ୍ୱାରା ହତ୍ୟା କରିବାକୁ ପଡିଥାଏ। ଏହି ଜନଜାତିରେ ଏକ ନିୟମ ରହିଛି ଜଣେ ପୁରୁଷ ହେଲେ ପୁଅମାନଙ୍କୁ ବିପଦପୂର୍ଣ୍ଣ ବୁଲେଟ ପିମ୍ପୁଡି ଦ୍ୱାରା ଯନ୍ତ୍ରଣା ଭୋଗିବାକୁ ପଡିଥାଏ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *