ବିଶ୍ୱରେ ଦେଖାଦେବ ଚାଉଳ ସଙ୍କଟ

Spread the love

ନୂଆଦିଲ୍ଲୀ: ବିଶ୍ୱରେ ଦେଖାଦେଇପାରେ ଚାଉଳ ସଙ୍କଟ। ରୁଷ ୟୁକ୍ରେନ ଯୁଦ୍ଧ ପାଇଁ ଗହମ ସହିତ ଅନ୍ୟାନ ଦର ବଢିଛି । ଏବେ କିନ୍ତୁ ଚାଉଳ ଦର ବିଢିବାକୁ ଯାଉଛି। ଦର ବଢିବା କାରଣ ଅଭାବୀ ବର୍ଷା ବୋଲି କୁହାଯାଉଛି। ଦେଶରେ ଅନେକ ଅଞ୍ଚଳରେ ବର୍ଷା ଅଭାବରୁ ଧାନ ବିହନ ବୁଣିବା ପ୍ରକିୟା ପ୍ରଭାବିତ ହୋଇଛି । ଏହି କାରଣରୁ ଚାଉଳ ଉତ୍ପାଦନ କମିପାରେ ବୋଲି ଅନୁମାନ କରାଯାଉଛି । ପଶ୍ଚିମବଙ୍ଗ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ବର୍ଷା ଅଭାବରୁ ଧାନ ବୁଣିବାରେ ୧୩ ପ୍ରତିଶତ ହ୍ରାସ ଘଟିଛି। ସେହିପରି ଛତିଶଗଡ ଓଡିଶା ପଶ୍ଚିମବଙ୍ଗ ଭଳି ଚାଉଳ ଉତ୍ପାଦନକାରୀ ରାଜ୍ୟ ମଧ୍ୟ ଅଭାବୀ ବର୍ଷାର ସାମ୍ନା କରୁଥିବା ଜଣାପଡିଛି। ଯଦି ଚାଉଳ ଉତ୍ପାଦନ କମ ହେବ ତେବେ ଘରୋଇ ବଜାରକୁ ନିୟନ୍ତ୍ରଣରେ ରଖିବା ପାଇଁ ଚାଉଳ ରପ୍ତାନୀ ଉପରେ ସରକାର ରୋକ ଲଗାଇ ପାରନ୍ତି। ଏହା ଦ୍ୱାରା ଅନେକ ଦେଶର ଖାଦ୍ୟ ସଙ୍କଟ ଦେଖାଦେଇପାରେ। ସମଗ୍ର ବିଶ୍ୱରେ ଚୀନ ଏବଂ ଭାରତ ସର୍ବାଧିକ ଚାଉଳ ଉତ୍ପାଦନ କରନ୍ତି । କିନ୍ତୁ ରପ୍ତାନୀରେ ଭାରତ ଏକ ନମ୍ବର ରହିଛି । ବିଶ୍ୱ ବଜାରରେ ଚାଉଳ ରପ୍ତନୀରେ ଭାରତର ଯୋଗଦନା ୪୦ ପ୍ରତିଶତ ରହିଛି। ଗତ ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ କିସମର ଚାଉଳ ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇଛି, ଯାହାକୁ ନେଇ ଆଗାମୀ ଦିନରେ ରାଜନୀତିକ ଏବଂ ଅର୍ଥନୀତିକ ସ୍ଥିରତା ଉପରେ କୁପ୍ରଭାବ ପକାଇବାର ଅନୁମାନ କରାଯାଉଛି।

ସ୍ମରଜିତ ଆର୍ଯ୍ୟଙ୍କ ଖବର

Leave a Reply

Your email address will not be published. Required fields are marked *