ବିଶ୍ୱ ବ୍ୟାଘ୍ର ଦିବସର ତାତ୍ପର୍ଯ୍ୟ

Spread the love

ଆଜି ବିଶ୍ୱ ବ୍ୟାଘ୍ର ଦିବସ। ସମଗ୍ର ବିଶ୍ୱରେ ପ୍ରତିବର୍ଷ ଜୁଲାଇ ୨୯ ତାରିଖରେ ଏହି ଦିବସ ପାଳନ କରାଯାଉଛି। ଦିନକୁ ଦିନ ବାଘମାନଙ୍କର ସଂଖ୍ୟା ହ୍ରାସ ଘଟୁଥିବା ବେଳେ ସେମାନେ କିପରି ଭାବରେ ସୁରକ୍ଷିତ ରହିପାରିବେ ସେହି ଉଦ୍ଦେଶ୍ୟରେ ବ୍ୟାଘ୍ର ଦିବସ ପାଳିତ ହେଉଛି। ଶିକାରୀଙ୍କୁ ରୋକିବା ସହ ବାଘଙ୍କ ପାଇଁ ପ୍ରାକୃତିକ ଆବାସସ୍ଥଳୀକୁ ସୁରକ୍ଷିତ ରଖିବା ଏହି ଦିବସର ମୂଳ ଲକ୍ଷ୍ୟ। ସେହିପରି ଜଙ୍ଗଲ ନଷ୍ଟ ନ ହେବା ସହ ବାଘଙ୍କ ସଂଖ୍ୟା କିପରି ବୃଦ୍ଧି କରାଯିବ ସେନେଇ ଉଚ୍ଚସ୍ତରରେ ଆଲୋଚନା ହେଉଛି।

ଶକ୍ତିମାନର ପ୍ରତୀକ ହେଉଛି ବାଘ। ବାଘର ରାଜାକୀୟ ଠାଣି ସବୁବେଳେ ସମସ୍ତଙ୍କୁ ଆକର୍ଷିତ କରିଛି। ଆମ ଓଡିଆ ଲୋକକଥାରେ ବାଘକୁ ମାମୁଁ ବୋଲି ସମ୍ୱୋଧନ କରାଯାଏ। ଦେବୀ ଦୁର୍ଗାଙ୍କ ବାହନ ହେଉଛି ବାଘ। ତେବେ ଧୀରେ ଧୀରେ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି। ଲୋକଙ୍କ ଦ୍ୱାରା ବାଘ ଶିକାର, ଜଙ୍ଗଲ ହ୍ରାସ ହେଉଛି ଏହାର ପ୍ରମୁଖ କାରଣ। ୨୦୧୦ ମସିହା ଜୁଲାଇ ୨୯ ତାରିଖରେ ଋଷିଆର ସେଣ୍ଟପିଟର୍ସବର୍ଗ ଶିଖର ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହେବା ପରେ ବିଶ୍ୱବାସୀ ବାଘ ଦିବସ ପାଳନ କରି ଆସୁଛନ୍ତି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *