ୱାଶିଂଟନ୍ : ଆମେରିକାର ସୁରକ୍ଷା ପରିଷଦର ସଦସ୍ୟ କର୍ଟ କ୍ୟାମ୍ପବେଲ କହିଛନ୍ତି ଯେ, ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟରେ ଖାଲିସ୍ତାନ ସମର୍ଥକଙ୍କ ପକ୍ଷରୁ ହୋଇଥବା ଆକ୍ରମଣ ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନେଇ ଆମେରିକା ଅତ୍ୟନ୍ତ ଗମ୍ଭୀର ।
ସେ କହିଛନ୍ତି- ‘ଆମେ ଭାରତୀୟ କର୍ତ୍ତୃପକ୍ଷ, ସ୍ଥାନୀୟ ଆଇନ ଶୃଙ୍ଖଳା ସହିତ ଘନିଷ୍ଠ ସମ୍ପର୍କ ରଖିଛୁ । ଭାରତୀୟ କୂଟନୈତିକ ସମ୍ପ୍ରଦାୟ ଏଠାରେ ନିଜକୁ ସୁରକ୍ଷିତ ମଣୁଛି ଏବଂ ଏହାର କାର୍ଯ୍ୟ ଜାରି ରଖିବାକୁ ଆମେ ଆବଶ୍ୟକ ପଦକ୍ଷେପ ନେଉଛୁ । ସୂଚନାଯୋଗ୍ୟ ଯେ ଖଲିସ୍ତାନ ସମର୍ଥକମାନେ ଜୁଲାଇ ୨ ରେ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ କିଛି ଲୋକ ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟରେ ନିଆଁ ଲଗାଇଥିବାର ନଜର ଆସିଛନ୍ତି । କିଛି ମାସ ମଧ୍ୟରେ ସାନ ଫ୍ରାନ୍ସିସ୍କୋରେ କୂଟନୈତିକ ମିଶନ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ ।
ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆମେରିକା ସରକାର ଏହାକୁ ଦୃଢ ନିନ୍ଦା କରି ଏହାକୁ ‘ଅପରାଧିକ କାର୍ଯ୍ୟ’ ବୋଲି କହିଛନ୍ତି । ଭିଡିଓରେ ‘ହିଂସା ହେଉଛି ହିଂସାର ଉତ୍ତର ଭଳି ଶବ୍ଦ ବ୍ୟବହାର କରାଯାଇଥିଲା । ଏହାସହ କାନାଡାରେ ଅବସ୍ଥିତ ଖାଲିସ୍ତାନ ଟାଇଗର ଫୋର୍ସ (କେଟିଏଫ) ମୁଖ୍ୟ ହାର୍ଦ୍ଦିକ ସିଂ ନିଜାରଙ୍କ ମୃତ୍ୟୁ ସହ ଜଡିତ ଖବର ମଧ୍ୟ ଦର୍ଶାଯାଇଛି । ସୂଚନାଯୋଗ୍ୟ ଯେ ଭାରତର ଅନ୍ୟତମ ଚାଞ୍ଚଲ୍ୟକର ଆତଙ୍କବାଦୀ ଥିବା ନିଜରଙ୍କୁ ଗତ ମାସରେ କାନାଡାର ଏକ ଗୁରୁଦ୍ୱାର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଉପରେ 10 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।
ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟରେ ହୋଇଥିବା ଭଙ୍ଗାରୁଜା ଏବଂ ଅଗ୍ନିକାଣ୍ଡ ଉଦ୍ୟମର ଭିଡିଓ ଉପରେ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର ଟ୍ୱିଟ କରି କହିଛନ୍ତି – ଆମେରିକାରେ କୂଟନୈତିକ ପଦବୀ କିମ୍ବା ବିଦେଶୀ କୂଟନୀତିଜ୍ଞଙ୍କ ପ୍ରତି ହିଂସା ଏକ ଅପରାଧ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now