ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବୁଧବାର ଦିନ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଶୁଭକାମନା ଦେବା ସହ କହିଛି ଯେ ଯୋଗ ହେଉଛି ବିଶ୍ୱକୁ ଭାରତୀୟ ସଭ୍ୟତାର ଅବଦାନ । ସମସ୍ତ ଯୋଗ ପ୍ରେମୀ ଜନସାଧାରଣଙ୍କ କର୍ତ୍ତବ୍ୟ ହେଲା ଯେ ସେମାନେ ସାରା ବିଶ୍ୱର କୋଣ ଅନୁକୋଣରେ ଯୋଗର ବାର୍ତ୍ତାକୁ ପ୍ରଚାର କରନ୍ତୁ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ଟ୍ୱିଟ କରାଯାଇ ସେଥିରେ 2015 ମସିହାର ଅଖିଳ ଭାରତୀୟ ପ୍ରତିନିଧି ସଭାରେ ପାରିତ କରାଯାଇଥିବା ପ୍ରସ୍ତାବ ର ଏକ ଅଂଶକୁ ଶେୟାର କରାଯାଇଛି । ଏଥିରେ କୁହାଯାଇଛି ଯେ ଯୋଗ ଭାରତୀୟ ସଭ୍ୟତାର ବିଶ୍ୱକୁ ଅବଦାନ । ୟୁଜ ଧାତୁର ତିଆରି ହୋଇଥିବା ଯୋଗ ଶବ୍ଦର ଅର୍ଥ ହେଲା ଯୋଡିବା । ଯୋଗ କେବଳ ଶାରୀରିକ ବ୍ୟାୟାମ ପର୍ଯ୍ୟନ୍ତ ସୀମିତ ନୁହେଁ, ମହର୍ଷୀ ପତଞ୍ଜଳୀ ଭଳି ଋଷି ମାନଙ୍କ ଅନୁସାରେ ଏହା ଶରୀର, ମନ, ବୁଦ୍ଧି ଓ ଆତ୍ମାକୁ ଯୋଡୁଥିବା ସମଗ୍ର ଜୀବନ ପଦ୍ଧତି ଅଟେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now