ଜନ୍ମପ୍ରମାଣପତ୍ର ଭାବେ ଆଧାରକୁ ଗ୍ରହଣ କରାଯିବନି- ନିଷ୍ପତ୍ତି ନେଲେ ୟୁପି ଓ ମହାରାଷ୍ଟ୍ର ସରକାର

ଏଣିକି ଆଧାରକୁ ଜନ୍ମ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇପାରିବନି। ୟୁପି ଓ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଧାର କାର୍ଡ ଦେଖାଇ ଜନ୍ମତିଥି ପ୍ରମାଣ କରିପାରିବେନି ଲୋକେ। ବିଶେଷ କରି ସରକାରୀ ଚାକିରୀରେ ଭର୍ତ୍ତି, ଛାତ୍ରବୃତ୍ତି ଆବେଦନ, ପେନସନ ସ୍ୱୀକୃତି, ବୟସ ଆଧାରିକ ଯୋଜନା ଓ କୌଣସି ବୟସ ସତ୍ୟାପନ ଯୋଜନା, ସେବା ରେଜିଷ୍ଟ୍ରାର ସ୍କିମରେ ଆଧାର କାର୍ଡରେ ଦର୍ଶାଯାଇଥିବା ଜନ୍ମତାରିଖକୁ ଆଉ ବିବେଚନା କରାଯିବନି କି ମାନ୍ୟତା ଭାବେ ଗ୍ରହଣ କରାଯିବନି। ଜନ୍ମତିଥି ପ୍ରମାଣିତ କରିବାକୁ ଏବେ ଅନ୍ୟ ଦସ୍ତାବିଜ୍ ଜରୁରୀ ପଡ଼ିବ। ହାଇସ୍କୁଲ ବା ଇଣ୍ଟର ସାର୍ଟିଫିକେଟ, ଜନ୍ମପ୍ରମାଣପତ୍ର, ପାସପୋର୍ଟ, ପାନ କାର୍ଡ ତଥା ଅନ୍ୟ ବୈଧ ଦସ୍ତାବିଜ। ଏସଆଇଆର ଅପଡେଟ୍ ପ୍ରକ୍ରିୟା ଭିତରେ ୟୁପି ଓ ମହାରାଷ୍ଟ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଆସିଛି। ଜାଲି ପ୍ରମାଣପତ୍ରକୁ ରୋକିବାକୁ ମହାରାଷ୍ଟ୍ର ସରକାର ଆଧାର କାର୍ଡ ଆଧାରରେ ଜାରିଥିବା ଜନ୍ମ-ମୃତ୍ୟୁ ପ୍ରମାଣପତ୍ରରୁ ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *