ପାକିସ୍ତାନର ୧୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କଲା ଭାରତ

ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍। ପାକିସ୍ତାନର ୧୬ଟି ୟୁଟ୍ୟୁବ ଚାନେଲକୁ ବ୍ୟାନ୍ କଲା ଭାରତ। ସୋଏବ ଅଖତାର, ଆରଜୁ କାଜିମ ଓ ସୟେଦ ମୁଞ୍ଜମିଲ୍ ଶାହାଙ୍କ ଭଳି ପାକିସ୍ତାନୀ ଚାନେଲ ଉପରେ ପ୍ରତିବନ୍ଧକ ଲଗାଇଦେଇଛି ଭାରତ। ୟୁଟ୍ୟୁବ ୟୁଜର୍ସ ଏବେ ଏମାନଙ୍କୁ ଦେଖିପାରିବେନି। ପହଲଗାମ ଆତଙ୍କି ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିଶ କ୍ରମେ ଭାରତ ସରକାର କିଛି ୟୁଟ୍ୟୁବ୍‌ ପେଜକୁ ବି ବ୍ୟାନ୍‌ କରିଦେଇଛନ୍ତି। ଡନ ନ୍ୟୁଜ୍, ଜିଓ ନ୍ୟୁଜ୍, ସମା ଟିଭି, ବୋଲ ନ୍ୟୁଜ୍ ଭଳି ଚ୍ୟାନେଲକୁ ବ୍ୟାନ୍ କରିଦିଆଯାଇଛି। ସେନା ଓ ସୁରକ୍ଷା ଏଜେନ୍ସି ବିରୁଦ୍ଧରେ ଉସୁକାଇବା ଓ ସାମ୍ପ୍ରଦାୟିକତା ଭଳି ସମ୍ୱେଦନଶୀଳ ମାମଲାରେ ମିଛ ଓ ଗୁଜବ ପ୍ରଚାରିତ ସହ ଭୁଲ ତଥ୍ୟ ପରିବେଷଣ ପାଇଁ ଏଭଳି ବ୍ୟାନ୍ ଲଗାଇଦିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *