ମାର୍ଚ୍ଚ ପହିଲାରୁ ବନ୍ଦ ହେବ କି ଓ୍ୱାଟସଆପ୍ ଓ ଟେଲିଗ୍ରାମ୍। ଏଭଳି ସଂଶୟ ସୃଷ୍ଟି ହୋଇଛି। ଭାରତରେ ସିମ୍ ବାଇଣ୍ଡିଂ ନିୟମ ନିୟମ ଲାଗୁ ହେବାକୁ ଯାଉଛି। ଏଥିରେ ଓ୍ୱାଟସଆପ୍ ୟୁଜର୍ସ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହା କେବଳ ଓ୍ୱାଟସଆପ୍ ୟୁଜର୍ସଙ୍କ ଲାଗି ନୁହେଁ। ଏହି ନିୟମରେ ତମାମ ଆପ୍ସ ପ୍ରଭାବିତ ହେବ। ଯେଉଁ ଫୋନ ନମ୍ୱରରୁ ମେସେଜିଂ ଆପସ୍ ବା ଓଟିଟି ବି ଚାଲେ। ସିମ୍ ବାଇଣ୍ଡିଂ ନିୟମକୁ ନେଇ ଏବେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି, ମେସେଜିଂ ଆପସ ପାଇଁ ସିମ୍ ସିମ୍ ସହ ଆକାଉଣ୍ଟ ଯୋଡ଼ିବା ଅନିର୍ବାର୍ଯ୍ୟ ରହିବ। ମାର୍ଚ୍ଚ ୧ ଯାଏଁ ସମୟସୀମା ଧାର୍ଯ୍ୟ ହୋଇଛି। ଦୂରସଞ୍ଚାର ବିଭାଗ ଓଟିଟି ମେସେଜିଂ ଆପସକୁ ସ୍ପଷ୍ଟ ନିର୍ଦେଶ ଦେଇଛି, ୟୁଜର୍ସର ଆକାଉଣ୍ଟ ଆକ୍ଟିଭ ସିମ୍ ସହ ଯୋଡ଼ି ହୋଇଥିବା ଜରୁରୀ। ଏହାର ସରଳ ଅର୍ଥ ହେଉଛି, ଯଦି ଫୋନରେ ସେହି ସିମ୍ ନାହିଁ। ଯେଉଁଥିରେ ଓ୍ୱାଟସଆପ୍ ବା ଟେଲିଗ୍ରାମ୍ ରେଜିଷ୍ଟର ଅଛି। ସେହି ଆପର ବ୍ୟବହାରକୁ ସୀମିତ କରିଦିଆଯିବ ନହେଲେ ବନ୍ଦ କରିଦିଆଯିବ। ଭାରତରେ ଓ୍ୱାଟସଆପରେ ସବୁଠୁ ଅଧିକା ୟୁଜର୍ସ ଅଛନ୍ତି ଯେଉଁମାନେ ଅଲଗା ଅଲଗା ଡିଭାଇସରେ ଗୋଟିଏ ନମ୍ୱରର ଓ୍ୱାଟସଆପ୍ ବ୍ୟବହାର କରନ୍ତି। ଏମିତିରେ କୋଟି କୋଟି ୟୁଜର୍ସଙ୍କ ଓ୍ୱାଟସଆପ୍ କାମ କରିବନି। ଯେଉଁମାନେ ଗୋଟିଏ ଆକାଉଣ୍ଟକୁ ଅଲଗା ଅଲଗା ଡିଭାଇସରେ ଆକ୍ଟିଭ କରି ରଖିଛନ୍ତି। କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବି କହିସାରିଛନ୍ତି, ସୁରକ୍ଷା ଆଗ। ସିମ୍ ବାଇଣ୍ଡିଂ ନିୟମରେ କୌଣସି ପରିବର୍ତ୍ତନ ହେବନି। ସରକାରଙ୍କ କହିବା କଥା, ଡିଜିଟାଲ ଫ୍ରଡ୍ ଓ ଜାଲି ନମ୍ୱର ଜରିଆରେ ହେଉଥିବା ଅପରାଧକୁ ରୋକିବାରେ ଏହା ବଡ଼ ପଦକ୍ଷେପ ସାଜିବ। ଯେଉଁ ୟୁଜର୍ସ ଗୋଟିଏ ସିମରେ ଅଲଗା ଅଲଗା ଡିଭାଇସରେ ଓ୍ୱାଟସଆପ୍ ଚଲାଉଛନ୍ତି। ଆଉ ବାରମ୍ୱାର ସିମ୍ କାର୍ଡ ବଦଳାଉଛନ୍ତି। ଓ୍ୱାଟସଅପ ୱେବ୍ ପ୍ରତି ୬ ଘଣ୍ଟାରେ ଲଗଆଉଟ୍ ହୋଇଯିବ। ଜାରି ରଖିବାକୁ QR କୋଡ୍ ସ୍କାନ୍ କରିବାକୁ ପଡ଼ିବ। ୬୦ରୁ ୮୦ ପ୍ରତିଶତ ଛୋଟ ବ୍ୟବସାୟୀ ଅପରେସନାଲ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସିମ୍ ବାଇଣ୍ଡିଂ ରୁଲ୍ ପରେ Linked Device ସମ୍ପୂର୍ଣ୍ଣ ଭାବେ କାମ କରିବା ବନ୍ଦ କରିବନି। କିନ୍ତୁ ଲିମିଟେସନ ଆସିବ। ଓ୍ୱାଟସଅପ୍ କେବଳ ସେଇ ଫୋନରେ ଚାଲିବ, ଯେଉଁଥିରେ ସିମ୍ ଓ୍ୱାଟସଆପ ଆକାଉଣ୍ଟ ଥିବ। ଯଦି ଡିଭାଇସରୁ ସିମ୍ ବାହାର କରାଯିବ, ତାହେଲେ ଓ୍ୱାଟସଆପ୍ ବନ୍ଦ ହୋଇପାରେ। ଏବେକାର ନିୟମ ଅନୁସାରେ ୧୪ ଦିନ ଯାଏ ଓ୍ୱାଟସଆପ୍ ଲିଂକଡ୍ ରହୁଛି। ଆଉ ନୂଆ ନିୟମ ଆସିଯିବା ପରେ ଆଉ ଏଭଳି ହୋଇପାରିବନି। ବାରମ୍ୱାର ଭେରିଫିକେସନ ହେବ। ଆକ୍ଟିଭ ସିମ୍ ବିନା ବନ୍ଦ ହେବ ଓ୍ୱାଟସଆପ୍।
Naxatra News is now on Whatsapp
Join and get latest news update delivered to you via whatsapp
Join Now