କେନ୍ଦ୍ରାପଡା

ନୂଆ ବସଷ୍ଟାଣ୍ଡ ବାଇପାସ ରାସ୍ତାରୁ ହଟିଲା ୧୦୦ରୁ ଉର୍ଦ୍ଧ୍ୱ ଦୋକାନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଞ୍ଚଳର ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ଦୀର୍ଘଦିନରୁ ଥିବା ଶତାଧିକ ଦୋକାନ ଘରକୁ ଆଜି ଖାଲି କରାଯାଇଛି । ଏହି ଦୋକାନ ଘରଗୁଡିକୁ ଖାଲି କରିବା ପାଇଁ ପୈାର ପ୍ରଶାସନ ପକ୍ଷରୁ ଦୋକାନୀ ମାନଙ୍କ ଉପରେ ୨୪ ଘଣ୍ଟିଆ ନୋଟିସ ଜାରି କରାଯାଇ ଥିଲା । ଗୁରୁବାର ପୂର୍ବାହ୍ନରେ ପୈାରସଂସ୍ଥା ପକ୍ଷରୁ ୩ ଜେସିବି ମେସିନ ଲଗାଯାଇ ବାଇପାସ ରାସ୍ତାରେ ଥରବା ଦୋକାନ ଘର ଗୁଡିକୁ ଭାଙ୍ଗି ଦିଆଯାଇଛି । ଏହି ସ୍ଥାନରେ କେନ୍ଦ୍ରାପଡା ପୈାରସଂସ୍ଥା, କେନ୍ଦ୍ରାପଡା ଜଳ ସମ୍ପଦ ବିଭାଗ ଓ ଗୋବିନ୍ଦଜୀଉ ଠାକୁରଙ୍କ ଭୁସମ୍ପତି ଥିବାବେଳେ ଅନଧିକାର ଭାବେ ଏହି ଜମି ଗୁଡିକ ଉପରେ ଦୋକାନ ଘର ଗୁଡିକ ନିର୍ମାଣ କରାଯାଇ ବ୍ୟବସାୟ ବାଣିଜ୍ୟ ଚାଲୁଥିଲା । ତେବେ ଏହି ଉଚ୍ଛେଦ ପରେ ୬୦ ଲକ୍ଷ ଟଙ୍କା ବ୍ୟୟରେ ସମ୍ପୃକ୍ତ ଅଞ୍ଚଳର ବିକାଶ କରାଯାଇ ବସଷ୍ଟାଣ୍ଡ ସମ୍ପ୍ରସାରଣ କରାଯିବାକୁ ନିଷ୍ପତି ନିଆଯାଇଛି । ଏଥିପାଇଁ ଅର୍ଥ ମଞ୍ଜୁର ହୋଇଥରବା ଜଣାପଡିଛି । ଏହା ସହ ପୈାରାଞ୍ଚଳ ମଧ୍ୟରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଜବର ଦଖଲରେ ଗଢି ଉଟିଥିବା ବେଆଇନ ଘର ଗୁଡିକୁ ଉଚ୍ଛେଦ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Related Articles

Leave a Reply

Your email address will not be published.

Back to top button