Latest Newsଜଗତ୍ସିଂହପୁର

ଜଗତସିଂହପୁର ଓ କଟକରେ ସର୍ବାଧିକ ରେଜଲ୍ଟ

ଜଗତସିଂହପୁର: ପ୍ରକାଶ ପାଇଛି ଦଶମ ଶ୍ରେଣୀ ବା ମେଟ୍ରିକ ରେଜଲ୍ଟ।ଓଡିଶାର ୩୦ ଜିଲ୍ଲା ମଧ୍ୟରୁ ଜଗତସିଂହପୁର ଓ କଟକ ଜିଲ୍ଲା ଯୁଗ୍ମ ଭାବେ ସର୍ବାଧିକ ୯୭ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।ଜଗତସିଂହପୁର ଜିଲ୍ଲାର ୧୩ହଜାର୨୮୮ଜଣ ଛାତ୍ରଛାତ୍ରୀ ମେଟ୍ରିକ ପରିକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୭.୯୯ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।ସରସ୍ୱତୀ ଶିଶୁ ମନ୍ଦିର ତାଳପଡା ରାହାମାର ଛାତ୍ରୀ ସାଇ ଲିପ୍ସା ପ୍ରଧାନ ୫୭୦ନମ୍ବର ରଖି ଜଗତସିଂହପୁର ଜିଲ୍ଲାରେ ଟପର ହୋଇଛନ୍ତି।ଜଗତସିଂହପୁର ଜିଲ୍ଲାର ୧୩ହଜାର୨୮୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁA1ରେ ୯୩ଜଣ,A2ରେ ୯୬୦,B1ରେ ୨୫୬୧,B2 ରେ ୩୫୨୦,C ରେ ୩୧୦୪,Dରେ ୧୯୦୯,Eରେ ୮୭୪ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୧୦୩ ଜଣ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଥିବା ଜଣାପଡିଛି।ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଜଗତସିଂହପୁର ଜିଲ୍ଲାର ମେଟ୍ରିକ ପରିକ୍ଷାର ପାସହାର ସର୍ବାଧିକ ଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।ଜଗତସିଂହପୁର ଜିଲ୍ଲାରେ ଟପର ହୋଇଥିବା ସାଇ ଲିପ୍ସା ପ୍ରଧାନଙ୍କ ସମେତ ସଫଳ ବିଦ୍ୟାର୍ଥୀ ମାନେ ଆନନ୍ଦ ଓ ଅଭିଳାଷ ବ୍ୟକ୍ତ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button