ବିଧାନସଭାର ଏହି ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ଆଜି ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ଶପଥ ନେବାକୁ ବିଧାନସଭାକୁ ଆସିଥିଲେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଗୃହକୁ ପ୍ରବେଶ କରିବା ପରେ ବିଧାୟକ ପ୍ରତାପ କେଶରୀ ଦେବଙ୍କ ସହିତ ନିଜ ଆସନ ଆଡ଼କୁ ଯାଉଥିଲେ। ଏହି ସମୟରେ କଣ୍ଟାବାଞ୍ଜିର ବିଜେପି ବିଧାୟକ ଲକ୍ଷ୍ମଣ ବାଗ ନିଜ ଆସନରୁ ଉଠିପଡ଼ି ତାଙ୍କୁ ନମସ୍କାର କରିବା ସହିତ ନିଜ ପରିଚୟ ଦେଇଥିଲେ। ପରିଚୟ ପାଇ ଲକ୍ଷ୍ମଣ ବାଗଙ୍କୁ ନବୀନ ଶୁଭେଚ୍ଛା ଜଣାଇବା ସହିତ ‘ଓଃ ୟୁ ଡିଫିଟେଡ୍ ମି’ (ଆପଣ ମୋତେ ପରାସ୍ତ କରିଥିଲେ) ବୋଲି କହିଥିଲେ। ଫଳରେ ଗୃହରେ ହାଲକା ହାସ୍ୟରୋଳ ସୃଷ୍ଟି ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now