ମୁକୁଳା ଡ୍ରେନରେ ଭାସିଗଲା ନାବାଳକ

Spread the love

ଭୁବନେଶ୍ୱରରେ ଅଘଟଣ। ମୁକୁଳା ଡ୍ରେନରେ ଭାସିଗଲା ନାବାଳକ। ପ୍ରବଳ ବର୍ଷା ଯୋଗୁଁ ଡ୍ରେନ୍‌ରେ ଭାସି ଯାଇଥିବା ସୂଚନା। ୟୁନିଟ-୩ ମସଜିଦ୍ କଲୋନୀ ପାଖ ଡ୍ରେନ୍‌ରେ ଭାସିଗଲା ନାବାଳକ । ଭାସିଯିବାର ପ୍ରାୟ ଏକ ଘଣ୍ଟା ପରେ ୮ ବର୍ଷର ନାବାଳକକୁ ଉଦ୍ଧାର କରାଯାଇଛି । ତାକୁ ତୁରନ୍ତ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଅଗ୍ନିଶମ ଡିଜିଙ୍କୁ SRC ନିର୍ଦ୍ଦେଶ ଦେଇଥିଲେ । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ନାବାଳକଟି ବେଲୁନ୍ ଧରିବାକୁ ଯାଇ ଭାସିଯାଇଥିଲା । ତେବେ ନାବାଳକକୁ ଲକ୍ଷ୍ମୀସାଗର ନିକଟ ନାଳରୁ ଉଦ୍ଧାର କରାଯାଇଥିବା ସୂଚନା । ୟୁନିଟ-୩ ମସଜିଦ୍‌ କଲୋନୀ ପାଖ ଡ୍ରେନ୍‌ରେ ଭାସି ଯାଇଥିଲା ।

Leave a Reply

Your email address will not be published. Required fields are marked *