ଯୁଦ୍ଧକୁ ଅଟକାଇଦେଉଛନ୍ତି ମୋଦି :  ପେପର ଲିକ୍‌କୁ କାହିଁକି ନୁହେଁ: ରାହୁଲ

Spread the love

ୟୁଜିସି -ନେଟ୍ ପରୀକ୍ଷାକୁ ଏନଟିଏ ରଦ୍ଦ କରିଦେଇଛି। ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିଥିଲେ। ପରୀକ୍ଷା ପ୍ରକ୍ରିୟାରେ ସର୍ବୋଚ୍ଚ ସ୍ତରରେ ସ୍ୱଛତା ଓ ପବିତ୍ରତା ସୁନିଶ୍ଚିତ କରିବାକୁ ଜୁନ୍ ୨୦୨୪ ପରୀକ୍ଷାକୁ ବାତିଲ୍ କରାଗଲା ବୋଲି ଶିକ୍ଷା ମନ୍ତ୍ରଣାଳୟ ଘୋଷଣା କଲା। ସେପଟେ ନିଟ୍ ପରୀକ୍ଷା ପେପର ଲିକ୍ ପାଇଁ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧାରରେ ଥିଲା ବେଳେ ଏବେ ୟୁଜିସି-ନେଟ୍ ପରୀକ୍ଷା ବାତିଲରେ ତାତିଛି ଏନଏସୟୁଆଇ। ଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଆଗରେ ଏନଏସୟୁଆଇ ଅଧ୍ୟକ୍ଷ ବରୁଣ ଚୌଧୁରୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାହୁଲ ଗାନ୍ଧୀ କହିଛନ୍ତି, ମୋଦି କୁଆଡ଼େ ୟୁକ୍ରେନ-ଋଷ, ଇସ୍ରାଏଲ-ଗାଜା ଭିତରେ ଚାଲିଥିବା ଯୁଦ୍ଧକୁ ଅଟକାଇଦେଇଥିଲେ। କିନ୍ତୁ ପେପର ଲିକ୍ କୁ ରୋକିପାରୁନାହାନ୍ତି। ମୋଦି ବୋଧହୁଏ ପେପର ଲିକରେ ଲଗାମ ଲାଗୁ ବୋଲି ଚାହୁଁନାହାନ୍ତି। ବିଜେପି ଯେହେତୁ ପୁରା ସିଷ୍ଟମକୁ କବଜା କରି ରଖିଛି। ଆଉ ଯେପର୍ଯ୍ୟନ୍ତ ଏହାର ତଦନ୍ତ ହେବନି, ସେପର୍ଯ୍ୟନ୍ତ ପେପର ଲିକ୍ ଚାଲିଥିବ। ପେପର ଲିକ୍ ଦେଶବିରୋଧୀ ଗତିବିଧି ଅଟେ। ସେଥିଲାଗି ପେପର ଲିକରେ ଯିଏ ଦାୟୀ, ସେମାନଙ୍କୁ ତୁରନ୍ତ ଧରାଯାଉ ଓ ଆକ୍ସନ ନିଆଯାଉ।

Leave a Reply

Your email address will not be published. Required fields are marked *