ଶଶୁର ଘରେ ଜ୍ୱାଇଁ ର ସନ୍ଦେହ ଜନକ ଆତ୍ମହତ୍ୟା

Spread the love

ରଜ ରେ ଶଶୁର ଘରେ ଜ୍ୱାଇଁ ର ସନ୍ଦେହ ଜନକ ଆତ୍ମହତ୍ୟା । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏପରିକି ପ୍ରତିବାଦରେ କରି ରାସ୍ତା ରୋକ ଆନ୍ଦୋଳନ କରିଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଇଛଦା ଗ୍ରାମରେ ଘଟିଛି ଘଟଣା। ସୂଚନାଅନୁଯାୟୀ ସୁଜାନସିଂପୁର ଗ୍ରାମର ନୀଳମଣି ବେହେରା ନାମକ ଜଣେ ଯୁବକ ଆଜକୁ 8 ବର୍ଷ ପୂର୍ବେ ଇଛଦା ଗ୍ରାମର ବିବାହ ହୋଇଥିଲେ । ତେବେ ବିବାହର 4 ବର୍ଷ ଭିତରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ଥିଲା । ତେଣୁ ସ୍ତ୍ରୀ ଆଜକୁ 4 ବର୍ଷ ହେଲା ନିଜ ବାପ ଘର ଇଛଦା ଗ୍ରାମରେ ରହୁଥିଲା । ତେବେ ହଠାତ ଗତକାଲି ରାତିରେ ନୀଳମଣି ଇଛଦା ଗ୍ରାମକୁ ଯାଇ ତାଙ୍କ ଶଶୁର ଘର ଗୁହାଳ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ନୀଳମଣି ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ସୁପରିକଳ୍ପିତ ଭାବେ ତାଙ୍କ ଶଶୁର ଘର ଲୋକମାନେ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ନୀଳମଣି ଙ୍କ ପରିବାର ଲୋକେ । ଏପରିକି ଶବ ରଖି ଭଗବାନପୁର ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଘଟଣା ସ୍ଥଳରେ ଉତେଜନା ଲାଗିବା ସହ ଗାଡି ଚଳାଚଳ ବନ୍ଦ ରହିଛି. ମୃତ ନୀଳମଣି ଙ୍କ ଶଶୁର ଘର ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଧାମନଗର ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *