ସିଆଚୀନରେ ଶହୀଦ ହୋଇଥିବା କ୍ୟାପ୍ଟେନ ଅଂଶୁମାନ ସିଂହଙ୍କୁ ନିକଟରେ କିର୍ତ୍ତୀ ଚକ୍ର ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର । ତାଙ୍କ ପତ୍ନୀ ଓ ମାଆଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କିନ୍ତୁ ଅଂଶୁମାନଙ୍କ ସ୍ତ୍ରୀ ପୁଅର ସବୁ ସ୍ମୃତି ସହିତ କିର୍ତ୍ତୀ ସମ୍ମାନ ବାପଘରକୁ ନେଇଯାଇଥିବା ତାଙ୍କ ବାପା ମା ଅଭିଯୋଗ କରିଛନ୍ତି ।
କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା ରବି ପ୍ରତାପ ସିଂ କହିଛନ୍ତି ଯେ ତାଙ୍କ ବୋହୂ ମଧ୍ୟ ତାଙ୍କ ପୁଅର ସରକାରୀ ଦଲିଲରେ ତାଲିକାଭୁକ୍ତ ସ୍ଥାୟୀ ଠିକଣାକୁ ଲକ୍ଷ୍ନରୁ ଗୁରୁଦାସପୁର କରି ଦେଇଛନ୍ତି, ଯେପରି ତାଙ୍କ ପୁଅର ସମସ୍ତ ସୂଚନା ସେଠାରେ ପହଞ୍ଚିବ |
ଅଂଶୁମାନଙ୍କ ପିତା ରାମ ପ୍ରତାପ ସିଂ କହିଛନ୍ତି ଯେ, ପୁଅର ଇଚ୍ଛା ଅନୁସାରେ ଆମେ ଧୁମଧାମରେ ବିବାହ କରିଥିଲୁ। ବାହାଘରରେ କିଛି ବି କମ୍ ରଖିନଥିଲୁ। ଆମେ ବୋହୂକୁ ଝିଅ ଭଳି ସମ୍ମାନ ଦେଉଥିଲୁ। ଏପରିକି ପୁଅ ଚାଲିଯିବା ପରେ ତାର ବିବାହ ପାଇଁ ମଧ୍ୟ ଚିନ୍ତା କରୁଥିଲୁ। କିନ୍ତୁ ସେ ଆମ ପୁଅର ସ୍ମୃତିକୁ ବି ସାଙ୍ଗରେ ନେଇ ବାପାଘର ଚାଲିଯାଇଛି। ତେବେ ଏନେଇ ଶହୀଦ ଅଂଶୁମାନଙ୍କ ପତ୍ନୀ ସ୍ମୃତିଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now