ବୃଦ୍ଧି ହେଲା ମାଗଣା ଆଧାର ଅପଡେଟ ସୀମା..

ଆଧାର କାର୍ଡଧାରୀଙ୍କ ପାଇଁ ଖୁସି ଖବର। ମାଗଣା ଆଧାର ଅପଡେଟ କରାଇବା ସୀମା ବୃଦ୍ଧି। ଅପଡେଟ କରାଇବା ସୀମାକୁ ୬ ମାସ ବୃଦ୍ଧି କରିଛି ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ । ଏବେ ୨୦୨୫ ଜୁନ ୧୪ ଯାଏ ମାଗଣାରେ ଆଧାର ଅପଡେଟ କରାଇହେବ। ଏହା ପରେ ଆଧାର ଅପଡେଟ କଲେ ଦେୟ ଭରିବାକୁ ପଡିବ। ଏହି ସୀମା ପୂର୍ବରୁ ୨୦୨୪ ଡିସେମ୍ବର ୧୪ ରହିଥିଲା । ଲୋକଙ୍କ ସୁବିଧା ଲାଗି ମାଗଣା ଆଧାର ଅପ୍ଡେଟ ସୀମାକୁ ବୃଦ୍ଧି କରାଯାଇଛି ବୋଲି ୟୁଆଇଡିଏଆଇ କହିଛି। ମାଗଣାରେ ଅନଲାଇନ ଡକ୍ୟୁମେଣ୍ଟ ଅପ୍ଲୋଡ କରିବା ସର୍ଭିସ ଆସନ୍ତା ବର୍ଷ ଜୁନ ୧୪ ଯାଏ ବୃଦ୍ଧି କରାଯାଇଛି । ତେବେ ଏହି ମାଗଣା ସେବା ମାଇଁ ଆଧାର ପୋର୍ଟାଲରେ ଉପଲବ୍ଧ ହେବ । ୪ର୍ଥ ଥର ଲାଗି ଏହି ସୀମାରେ ବୃଦ୍ଧି କରାଯାଇଛି । ଅଫିସିଆଲ ୱେବସାଇଟ ମାଇଁ ଆଧାରକୁ ଯାଇ ୟୁଜର ଏହି ସୁବିଧାର ଲାଭ ନେଇ ପାରିବେ । ମୋବାଇଲ ନମ୍ବର ଅପଡେଟ କରିବା ଲାଗି ଆଧାର ସେଣ୍ଟର ଯିବାକୁ ପଡିବ । ଆଧାରରେ ଡେମୋଗ୍ରାଫିକ ଡାଟା ମାଗଣାରେ ଅପ୍ଡେଟ ହୋଇପାରିବ । ତେବେ ଆଖିର ରେଟିନା, ଫଟୋ ଏବଂ ବାୟୋମେଟ୍ରିକ ଡିଟେଲ୍ସ ଲାଗି ଫିସ୍ ଦେବାକୁ ପଡିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *