ଆଦାନୀକୁ କେମିତି ମିଳିଲା ଟେଣ୍ଡର। ଧରାବି ବସ୍ତିର ପୁନଃବିକାଶ ପ୍ରକଳ୍ପ ପାଇଁ ହାଇଅର ବିଡ୍ ହୋଇନଥିବା ସତ୍ତ୍ୱେ ଆଦାନୀକୁ କେମିତି ଓ କେଉଁ ଆଧାରରେ ଟେଣ୍ଡର ଦିଆଗଲା କହି ନୋଟିସ୍ କଲେ ସୁପ୍ରିମକୋର୍ଟ। ସେକଲିଂକ୍ ଟେକ୍ନୋଲୋଜି ବମ୍ୱେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ ହାଇକୋର୍ଟ। ସେକ୍ ଲିଙ୍କ୍ ଟେକ୍ନୋଲୋଜି କର୍ପୋରେସନକୁ ଆଗ ମିଳିଥିବା ଧରାଭି ସ୍ଲମ ରିଡେଭେଲପମେଣ୍ଟ ପ୍ରୋଜେକ୍ଟକୁ ରଦ୍ଦ କରି ଏହାକୁ ଆଦାନୀ ପ୍ରୋପର୍ଟିଜକୁ ଆଉ ଥରେ ଇସ୍ୟୁ କରିବା ନିଷ୍ପତ୍ତି ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଇଥିଲା ସେକ୍ ଲିଙ୍କ୍। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହାର ଶୁଣାଣୀ କରି ଏଭଳି ନୋଟିସ୍ କରିଛନ୍ତି। କୋର୍ଟ କହିଥିଲେ ଯେ, ପିଟିସନର ୮୬୪୦ କୋଟି ଟଙ୍କା ଦେବାକୁ ରାଜି ଅଛି। ଯାହାକି ସର୍ବୋଚ୍ଚ ବିଡରର ଅଫରରୁ ଯଥେଷ୍ଟ ଅଧିକ। ସେକଲିଙ୍କ୍ ୫୦୬୯ କୋଟି ଟଙ୍କା ଅଫର୍ ଦେଇଥିଲା। ବମ୍ୱେ ହାଇକୋର୍ଟ ଡିସେମ୍ୱର ୨୦, ୨୦୨୪ରେ ମହାରାଷ୍ଚ୍ର ସରକାର ଆଦାନୀ ପ୍ରପର୍ଟିଜକୁ ଦେଇଥିବା ଟେଣ୍ଡରକୁ କାଏମ ରଖିଥିଲେ। ଟେଣ୍ଡର ବାତିଲ୍ କରି ଆଦାନୀକୁ ଦେବା ନିଷ୍ପତ୍ତି ସରକାରଙ୍କ ଏକଚାଟିଆ ନିଷ୍ପତ୍ତି ନଥିଲା ବୋଲି ଦର୍ଶାଇଥିଲେ ହାଇକୋର୍ଟ। ୨୦୧୮ରେ ଟେଣ୍ଡର ପ୍ରକ୍ରିୟା ହୋଇଥିଲା। ଏହାକୁ ବାତିଲ୍ କରି ୨୦୨୨ରେ କିଛି ସର୍ତ୍ତ ପରିବର୍ତ୍ତନ କରି ନୂଆ ଟେଣ୍ଡର ଆହ୍ୱାନ କରିଥିଲେ ମହାରାଷ୍ଟ୍ର ସରକାର। ସେକ୍ ଲିଙ୍କ ୭୨୦୦ କୋଟି ବିଡ୍ ପ୍ରାଇଜ୍ ରଖିଥିଲା ବେଳେ ଆଦାନୀ ରଖିଥିଲା ୪୫୨୯ କୋଟି।

Naxatra News is now on Whatsapp
Join and get latest news update delivered to you via whatsapp
Join Now