କୌଣସି ଋଣୀଙ୍କ ଭାବମୂର୍ତ୍ତି ଓ ଗୋପନୀୟତାକୁ ପଦାରେ ପକାଇଦେବାର ଧମକ ଏଣିକି ଚଳିବନି। ଋଣ ପରିଶୋଧ ନେଇ ବ୍ୟାଙ୍କଗୁଡ଼ିକ ଋଣ ଖିଲାଫକାରୀଙ୍କ ବିସ୍ତୃତ ଋଣର ପରିମାଣ, ପରିଚୟ ସହ ଫଟୋକୁ ପ୍ରଘଟ କରିଥାଆନ୍ତି। ଏଭଳି କଲେ ସଂପୃକ୍ତ ବ୍ୟକ୍ତିଙ୍କ ସମାଜରେ ମର୍ଯ୍ୟାଦା ସହ ଜିଇଁବାର ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି। ସମ୍ୱିଧାନର ଧାରା ୨୧କୁ ଏହା ବିରୁଦ୍ଧାଚରଣ କରୁଛି। ଋଣ ପରିଶୋଧ ପାଇଁ ଏହା ଏକମାତ୍ର ବିକଳ୍ପ ବାଟ ବୋଲି କୌଣସି ଆକ୍ଟ କି ରୁଲ୍ସରେ ଲେଖାଯାଇନି ବୋଲି କୋର୍ଟ ଚେତାଇଦେଇଛନ୍ତି। କେରଳ ହାଇକୋର୍ଟ ଏ ସନ୍ଦର୍ଭରେ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। କେରଳ ହାଇକୋର୍ଟର ଜଷ୍ଟିସ୍ ମୁରଲି ପୁରୁଷୋତ୍ତମନଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଚେମ୍ପାଜାନ୍ଥି କୃଷି ସମବାୟ ସମିତିର ମୁଖ୍ୟ କାର୍ଯ୍ୟାଳୟ ଆଗରେ ସମବାୟ ସୋସାଇଟିର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଋଣ ଖିଲାଫକାରୀଙ୍କ ତାଲିକା ଝୁଲାଇଥିଲେ। ଏଭଳି ତାଲିକା ଝୁଲାଇବା ପରେ ଅନେକ ଋଣ ପରିଶୋଧ କରିଥିଲେ ବୋଲି ବ୍ୟାଙ୍କ୍ ଦାବି କରିଥିଲା। ଏଭଳି ସଫଳତା ପାଇବା ପରେ ଆଉ ବାକି ଖିଲାଫକାରୀଙ୍କ ତାଲିକା ବ୍ୟାଙ୍କ କାର୍ଯ୍ୟାଳୟରେ ବି ଲଗାଇବାକୁ ପ୍ରସ୍ତୁତ ହେଉଥିଲା ବ୍ୟାଙ୍କ। ଏହାକୁ ବିରୋଧ କରି ହାଇକୋର୍ଟ ଯାଇଥିଲା ସୋସାଇଟି।
Naxatra News is now on Whatsapp
Join and get latest news update delivered to you via whatsapp
Join Now