ବାଇଡେନଙ୍କୁ କ୍ୟାନସର..

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର। ପ୍ରୋଷ୍ଟେଟ କ୍ୟାନସରରେ ପୀଡ଼ିତ ଅଛନ୍ତି ବାଇଡେନ୍। ୮୨ ବର୍ଷୀୟ ବାଇଡେନ୍ କ୍ୟାନସରରେ ପୀଡ଼ିତ ଜାଣିବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସଭିଏଁ। ବାଇଡେନଙ୍କ ମେଡିକାଲ ହିଷ୍ଟ୍ରି ଦେଖିଲେ, ୨୦୨୩ରେ ସେ ଯେତେବେଳେ ରାଷ୍ଟ୍ରପତି ଥିଲେ। ତାଙ୍କ ଛାତିରେ ହୋଇଥିବା ସ୍କିନ୍ କ୍ୟାନସରର କୋଷକୁ ହଟାଯାଇଥିଲା। ସେତେବେଳେ ଡାକ୍ତର କହିଥିଲେ, ବାଇଡେନ ପୁରା ସୁସ୍ଥ ହୋଇଗଲେ। ଏହା ପୂର୍ବରୁ ବି ତାଙ୍କ ତ୍ୱଚାରୁ ଅନେକ ଥର କ୍ୟାନସର କୋଷକୁ ହଟାଯାଇସାରିଛି। ଫେବୃଆରୀ ୨୦୨୪ରେ ତାଙ୍କୁ ଫିଟ୍ ଫର ଡ୍ୟୁଟି କୁହାଯାଇଥିଲା। କିନ୍ତୁ ଏବେ ନୂଆ କ୍ୟାନସର ପରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା ସରଗରମ ହୋଇଛି। ବାଇଡେନଙ୍କ କ୍ୟାନସର ତାଙ୍କର ହାଡ଼ ଯାଏ ବ୍ୟାପିଗଲାଣି। ଚଳିତ ସପ୍ତାହରେ ହିଁ ବାଇଡେନଙ୍କ ମୂତ୍ର ସମ୍ୱନ୍ଧୀୟ ସମସ୍ୟା ଦେଖାଦେଇଥିଲା। ଆଉ ଯାଞ୍ଚ ରିପୋର୍ଟରେ ପ୍ରୋଷ୍ଟେଟ୍ କ୍ୟାନସରର ଲକ୍ଷଣ ପାଇଥିଲେ ଡାକ୍ତର।ବାଇଡେନଙ୍କ ଶରୀରରେ କ୍ୟାନସର ଚିହ୍ନଟ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ମେଲୋନିଆ, କମଳା ହାରିସ ପ୍ରମୁଖ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରୋଷ୍ଟେଟ କ୍ୟାନସର ଏକ ଛୋଟ ଗ୍ରନ୍ଥି ଅଟେ। ଯାହା ବୀର୍ଯ୍ୟ ତିଆରିରେ ସହଯୋଗ କରେ। ଏଥିରେ ଯେତେବେଳେ କୋଷ ଅନିୟନ୍ତ୍ରିତ ଭାବେ ବଢ଼େ, ତାହା କ୍ୟାନସରକୁ ବ୍ୟାପେ। ଅଧିକାଂଶ ମାମଲାରେ ଏହା ଧୀରେ ଧୀରେ ବଢ଼ିଥାଏ। ଆରମ୍ଭରୁ ଏହାର ଚିକିତ୍ସା କରାଗଲେ ସୁସ୍ଥ ହେବାକୁ ସହଜ ହୋଇଥାଏ। କିନ୍ତୁ ବିଳମ୍ୱ ହୋଇଗଲେ, ଚିକିତ୍ସା କରିବା କାଠିକର ହୋଇପଡ଼େ। ଏହାର ଚିକିତ୍ସା କେବଳ ସର୍ଜରୀ, ରେଡିଏସନ ଅଥବା ଔଷଧ ଦ୍ୱାରା ହୋଇଥାଏ। ଜୋ ବାଇଡେନ୍ ୨୦୨୧ରୁ ୨୦୨୫ ଯାଏ ଆମେରିକାର ରାଷ୍ଟ୍ରପତି ଥିଲେ। ଗଲା ବର୍ଷ ଜୁଲାଇରେ ଅଚାନକ ପୁନଃ ନିର୍ବାଚନ ଲଢ଼ିବାକୁ ନିଜ ନାଁ ପ୍ରତ୍ୟାହାର କରିନେଇଥିଲେ। ଯେତେବେଳେ ରିପବ୍ଲିକାନ ପାର୍ଟିର ଆଶାୟୀ ଟ୍ରମ୍ପଙ୍କ ସହ ତର୍କ ବେଳେ ତାଙ୍କର ପ୍ରଦର୍ଶନ ଦୁର୍ବଳ ରହିଥିଲା। ଏହା ପରେ ଡେମୋକ୍ରାଟିକ ପାର୍ଟିରେ ଚିନ୍ତା ପଶିଥିଲା। ଉପ-ରାଷ୍ଟ୍ରପତି କମଲା ହାରିସଙ୍କୁ ପାର୍ଟିର ନୂଆ ପ୍ରାର୍ଥୀ କରାଯାଇଥିଲା। ଯିଏ ନଭେମ୍ୱର ୨୦୨୪ରେ ଟ୍ରମ୍ପଙ୍କଠୁ ନିର୍ବାଚନ ହାରିଯାଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *