ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Spread the love

ନୂଆଦିଲ୍ଲୀ/ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ଅପରାହ୍ନରେ ନୂଆଦିଲ୍ଲୀରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା  ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସହ ପୁରୀ ଇଂଟରନ୍ୟାସନାଲ ଏୟାରପୋର୍ଟ ନେଇ ଆଲୋଚନା ହୋଇଛି । ଯାତ୍ରୀ ଓ ବିମାନ ସଂଖ୍ୟା ବୃଦ୍ଧି ଯୋଗୁ ଭୁବନେଶ୍ୱର ଏୟାରପୋର୍ଟ ଉପରେ ଅଧିକ ଚାପ ପଡ଼ୁଛି । ତେଣୁ ଶ୍ରୀଜଗନ୍ନାଥ ଏୟାରପୋର୍ଟ କାମ ସାରିବାକୁ ପ୍ରଧାନମନ୍ତ୍ରୀ ସହଯୋଗ ଲୋଡ଼ା ଯାଇଥିଲା । ଏୟାରପୋର୍ଟ ପାଚେରୀ ପାଇଁ ଚିହ୍ନଟ କାମ ଶେଷ ହୋଇଯାଇଛି । ଏହା ଜାଣିବା ପରେ ପ୍ରଧାନମନ୍ତ୍ରୀ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନି । କେବଳ ପୁରୀରେ ବିମାନବନ୍ଦରକୁ ନେଇ ଆଲୋଚନା ହୋଇଛି । ସେହିପରି ଆଗାମୀ ନିର୍ବାଚନରେ ଏକାକୀ ଲଢ଼ିବେ କି ପ୍ରଶ୍ନର ଉତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସର୍ବଦା ଏହା ଆମର ମୁଖ୍ୟ ନୀତି ରହିଆସିଛି । ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ସେ କହିଛନ୍ତି, ଏବେ ନୁହେଁ । ଏହି ସାମ୍ମୁଖ୍ୟରେ ଆମେ ନାହୁଁ ।

ଆଲୋଚନା ବେଳେ ଓଡ଼ିଶାରେ ଅସମ୍ପୂର୍ଣ୍ଣ ଥିବା ଜାତୀୟ ରାଜପଥଗୁଡିକୁ ସମ୍ପୂର୍ଣ୍ଣ କରିବା ସହ ଓଡ଼ିଶାର ପଂଚାୟତସ୍ତରରେ ଅଧିକରୁ ଅଧିକ ବ୍ୟାଙ୍କ ସ୍ଥାପନ ପାଇଁ ଦାବି କରାଯାଇଛି । ବର୍ତମାନ ଓଡିଶାର ୬୭୯୮ ପଂଚାୟତ ମଧ୍ୟରୁ ୨୮୪୪ ଗ୍ରାମ ପଂଚାୟତରେ ବ୍ୟାଙ୍କ ସେବା ଅଛି । ଯାହାକି ମାତ୍ର ୪୨ ପ୍ରତିଶତ । ଅନ୍ୟ ପଂଚାୟତଗୁଡ଼ିକୁ ବ୍ୟାଙ୍କ ସେବାରେ ସାମିଲ ପାଇଁ ନବୀନ ମୋଦୀଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *