କରୋନା ମହାମାରୀ ପରେ ଚୀନରେ ପୁଣି ଏକ ରହସ୍ୟମୟ ଭାଇରସ ଆତଙ୍କ । ଏଚଏମପିଭି ସମେତ ଆଉ କେତେକ ନୂଆ ଭୂତାଣୁ ଚିନ୍ତା ବଢାଇଛି । ଭୂତାଣୁ ବ୍ୟାପିବା ଖବର ପରେ ଜରୁରୀକାଳୀନ ପରିସ୍ତିତିକୁ ନେଇ ସୋସିଆଲ ମିଡିଆରେ କଳ୍ପନାଜଳ୍ପନା ଜୋର ଧରିଛି । ବିଶ୍ୱବ୍ୟାପୀ ସଂକ୍ରମଣର ସମ୍ଭାବନା ଥିବାରୁ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଖୁବଶୀଘ୍ର ଏ ବାବଦରେ ନିର୍ଦ୍ଦେଶାବଳୀ ଜାରି ରଖିବା ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ଚୀନରେ ୬ ହଜାର ୮୩୪ଟି ସଂକ୍ରମଣ ଓ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଚୀନର ବିଭିନ୍ନ ମେଡିକାଲରେ ସଂକ୍ରମିତଙ୍କ ଭିଡ଼ ଦେଖିବାକୁ ମିଳିଛି । ଚୀନ ସରକାର ଏଯାଏ କୌଣସି ଘୋଷଣା କରିନାହାନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now