ଅବସର ପରେ କୌଣସି ପଦବୀ ଗ୍ରହଣ କରିବିନି- ସିଜେଆଇ ଗଭାଇ

ଭାରତର ପ୍ରଧାନ ବିଚାରପତି (CJI) ବି ଆର ଗଭାଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ଅବସର ପରେ କୌଣସି ସରକାରୀ ନିଯୁକ୍ତି କିମ୍ବା ରାଜନୈତିକ ପଦବୀ ଗ୍ରହଣ କରିବେ ନାହିଁ। ସେ ଏହି ପଦକ୍ଷେପକୁ ନ୍ୟାୟପାଳିକାର ସ୍ୱାଧୀନତା ଓ ଲୋକଙ୍କ ବିଶ୍ୱାସ ରକ୍ଷା ପାଇଁ ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି। ଏହି ସନ୍ଦର୍ଭରେ ଗୱାଇ କହିଛନ୍ତି, “ମୋର କୌଣସି ରାଜନୈତିକ ଆକାଂକ୍ଷା ନାହିଁ। ମୁଁ କୌଣସି ପୋଷ୍ଟ୍-ରିଟାୟରମେଣ୍ଟ ନିଯୁକ୍ତି ଗ୍ରହଣ କରିବି ନାହିଁ।” ଗଭାଇ ଏହି ଘୋଷଣା ସହିତ ତାଙ୍କ ପୂର୍ବରୁ ରିଟାୟର୍ଡ ହୋଇଥିବା ନ୍ୟାୟମୂର୍ତ୍ତି ସଂଜୀବ ଖାନ୍ନାଙ୍କ ପଥକୁ ଅନୁସରଣ କରିଛନ୍ତି, ଯିଏକୌଣସି ପୋଷ୍ଟ୍-ରିଟାୟର୍ଡମେଣ୍ଟ ଦାୟିତ୍ୱ ଗ୍ରହଣ କରିବାକୁ ଅସ୍ୱୀକାର କରିଥିଲେ। ତାଙ୍କ ଏହି ନିଷ୍ଠାପୂର୍ଣ୍ଣ ଅତୁଟ ନିଷ୍ପତ୍ତି ଏବଂ ନ୍ୟାୟପାଳିକା ପ୍ରତି ଦୃଢ଼ ଦୃଷ୍ଟିକୋଣ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢ଼େଇବ ବୋଲି ଚର୍ଚ୍ଚା ହେଉଛି। ସିଜେଆଇ ଗଭାଇ ୨୩ ନଭେମ୍ବର ୨୦୨୫ ରେ ଅବସର ଗ୍ରହଣ କରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *