KoraputLatest News

ଗାଦବା ସମ୍ପ୍ରଦାୟଙ୍କ କେରେଙ୍ଗ ବସ୍ତ୍ର (ଶୀତକୁଡେଇ) କୋରାପୁଟ ର ଗୌରବମୟ ଇତିହାସ କୁ ଲୋକ ଲୋଚନକୁ ଆଣିବ

ଜୟପୁର,୨୭ ମଇ  – କୋରାପୁଟ ଜିଲ୍ଲାରେ ବସବାସ କରୁଛନ୍ତି ଗାଦବା ଜନଜାତି ସମ୍ପ୍ର ଦାୟ ।ଜିଲ୍ଲାର ଲମତାପୁଟ,ପଟାଙ୍ଗି,ନନ୍ଦପୁର ଓ ବୈପାରିଗୁଡା ବ୍ଲଜରେ ବସ ବାସ କରୁଛନ୍ତି । ଗାଦବା ଜନଜାତି ଗଛରୁ ସୁତା ଓ ରଂଗ ତିଆରି କରି ପ୍ରକିୟାଜରଣ କରି ରଂଗୀନ ବସ୍ତ୍ର ପ୍ରସ୍ତୁତ କରୁଛନ୍ତି । ବିଜ୍ରୟ କରାଯାଉନଥୁବାରୁ କେରେଙ୍ଗ ବସ୍ତ୍ର ଦିନକୁ ଦିନ ଲୋପ ହୋଇ ଆସୁଛି । ଏହାକୁ ପୁନର୍ଜୀବିତ କରିବାକୁ ଇନଟାକ ଓ କୋଟସ ଉଦ୍ୟମ ଆରମ୍ଭ କରିଛନ୍ତି । କେବଳ ନିଜର ବାର ବ୍ରତ ଓ ବିବାହ , ପରବ ପର୍ବାଣୀ ରେ ବ୍ୟବହାର ସକାଶେ ଗାଦବା ସମ୍ପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଚଦର “କେରେଙ୍ଗ ବସ୍ତ୍ର” ଏବେ କୋରାପୁଟ ପାଇଁ ଆଣିବ ଗୌରବ । କଳା ,ସଂସ୍କୃତି ଓ ଐତିହ୍ୟ ର ସଂରକ୍ଷଣ ପାଇଁ କାମ କରୁଥୁବା ଇନଟାକ ରାଜ୍ୟ ଶାଖା ଏହାର ପୁନ:ଉଧାର ଓ ବଜାର ବ୍ୟବସ୍ଥା କରିବାକୁ ଉଦ୍ୟମ ଆରମ୍ଭ କରିଛି । କେରେଙ୍ଗ ଗଛର ତନ୍ତୁରୁ ଧଳା ସୁତା ପ୍ରସ୍ତୁତ କରିବାପରେ ଜାଫରା ,ସିନ୍ଦୁର ଗଛରୁ ଲାଲ ରଂଗ , ସିଉନା ଓ ହରଡା ଗଛରୁ ନିଳ ରଂଗ ବାହର କରି କଦଳୀ ଗଛର ମଂଜାକୁ ସିଝାଇ ପ୍ରସ୍ତୁତ ପାଣିରୁ ରଂଗ ପ୍ରସ୍ତୁତ କରି ତାକୁ ପ୍ରକିୟାକରଣ କରି ସୁତାରେ ରଂଗ ଦେଇ ନିଜର ତନ୍ତରେ ବୁଣି ୩ ଟି ରଂଗ ଥିବା ସ୍ୱତନ୍ତ୍ର ବସ୍ତ୍ର ପ୍ରସ୍ତୁତ କରନ୍ତି । ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳିରେ ଗଛରୁ ପ୍ରସ୍ତୁତ ରଂଗବୋଳା ସୂତାରେ ନିଜସ୍ୱ ତନ୍ତରେ ବୁଣି ପ୍ରସ୍ତୁତ କରୁଥୁବା କେରଙ୍ଗ ବସ୍ତ୍ର ରୁ ରଂଗ ଛାଡେ ନାହିଁ । ଶହ ଶହ ବର୍ଷ ଧରି ଏହା ପରିକ୍ଷିତ ହୋଇଛି । ବିବାହ , ବ୍ରତ ,ପୂଜା ପାର୍ବଣରେ ଏହି ବସ୍ତ୍ରକୁ ଗାଦବା ସମ୍ପଦାୟର ମହିଳାମାନେ ବ୍ୟବହାର କରିଥାନ୍ତି । ଏପରିକି ଗାଦବା ସମ୍ରଦାୟର ମହିଳାଙ୍କ ମୃତ୍ୟ ଘଟିଲେ ତାଙ୍କୁ ସମ୍ମାନ ଜଣାଇବା ସକାଶେ ଶବ ଉପରେ କେରଙ୍ଗ ବସ୍ତ୍ରକୁ ଢାଙ୍କି ଥାନ୍ତି । ଗାଦବା ଝିଅ ବିବାହଯୋଗ୍ୟ ହେଲେ ନିଜେ କେରେଙ୍ଗ ବସ୍ତ୍ର ବୁଣି ଶାଶୁ ଘରକୁ ନେଇଥାନ୍ତି । ଏହି ବସ୍ତ୍ରକୁ ଗାଦବା ସମ୍ରଦାୟ ନିଜର ସମ୍ମାନ ବୋଲି ଭାବି ନେଇଥିବାରୁ କାହାରିଜୁ ବିକ୍ରୟ ଜରନ୍ତି ନାହିଁ । କେବଳ ନିଜର ବ୍ୟବହାର ସକାଶେ ହିଁ ପ୍ରସ୍ତୁତ କରୁଥୁବାରୁ ଅନ୍ୟ କୌଣସି ଲୋକଙ୍କ ନିକଟରେ ଏହି ବସ୍ତ୍ର ମିଳେ ନାହିଁ । ନିର୍ଦିଷ୍ଟ ରୁତୁରେ ହିଁ କେରଙ୍ଗ ବସ୍ତ୍ର ତିଆରି କରନ୍ତି ଗାଦବା ସମ୍ପ୍ରଦାୟ । ବହୁ ଜଟିଳ ପ୍ରକିୟା ଦେଇ ପ୍ରସ୍ତୁତ ହେଉଥୁବାରୁ ବସ୍ତ୍ର ତିଆରି ସକାଶେ ଦୀର୍ଘ ଦିନ ଲାଗିଥାଏ । ମହିଳାମାନେ ୨ ଟି ବସ୍ତ୍ର ବ୍ୟବହାର କରୁଥାନ୍ତି । ଏହା ପୁରୁଷ ପୁରୁଷ ଧରି ପରିବାର ମଧ୍ୟରେ ହସ୍ତାନ୍ତର ହୋଇ ଆସୁଥୁବାରୁ ଏବର ଯୁବପିଢି ନିଜେ ବୁଣି ବସ୍ତ୍ର ପ୍ରସ୍ତୁତ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ୟଫଳରେ ଗାଦବାଙ୍କ ଏହି ସ୍ୱତନ୍ତ ବସ୍ତ୍ର ବିଲୁପ୍ତ ହେବାକୁ ବସିଛି ।ଏହାକୁ ପୁର୍ନଜୀବିତ କରିବାକୁ ଇନଟାକ ରାଜ୍ୟ ଶାଖା , କୋରାପୁଟ ଜିଲ୍ଲା ଶାଖା ଓ କୋଟସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ବିକ୍ରୟ ଯୋଗ୍ୟ କରିବା ଉଦେଶ୍ୟରେ ଇନଟାକ ପକ୍ଷରୁ ଦୀର୍ଘ ଏକ ବର୍ଷ ଧରି ନିର ବିଛିନ୍ନ ଭାବେ ସେମାନଙ୍କ ସହ ଯୋଗାଯୋଗ ରଖି ବୁଝା ସୁଝା କରିବା ପରେ ଗାଦବା ସମ୍ପ୍ରଦାୟ ସଚେତନ ହୋଇ କେରେଙ୍ଗ ବସ୍ତ୍ର ପ୍ରସ୍ତୁତ କରିବାକୁ ସମ୍ମତି ହୋଇଛନ୍ତି । ପ୍ରାଥମିକ ପର?୍ୟ୍ୟାୟରେ( ୩ ଜୋଡା) ୬ଟି ବସ୍ତ୍ର ଇନଟାଙ୍କ ସଂଗ୍ରହ କରିବାରେ ସମର୍ଥ ହୋଇଛି । ଏହି ବସ୍ତ୍ରକୁ ଦିଲ୍ଲୀ ସ୍ଥିତ ଜାତୀୟ

Related Articles

Leave a Reply

Your email address will not be published.

Back to top button