ବନ୍ଦ ହେଲା ହିଣ୍ଡେନବର୍ଗ ରିସର୍ଚ୍ଚ

ଆଦାନୀ ଗ୍ରୁପକୁ ଥରହର କରିଥିବା ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ନିଜର ଦୋକାନ ବନ୍ଦ କରିବାକୁ ଘୋଷଣା କରିଛି। ଏହାର ପ୍ରତିଷ୍ଠାତା ନାଥନ ଆଣ୍ଡରସନ୍ ବୁଧବାର ଏହି ଘୋଷଣା କରି କମ୍ପାନୀ ବନ୍ଦ କରିବାକୁ କହିଛନ୍ତି। କର୍ପୋରେଟ ଜଗତରେ ହେଉଥିବା ଲୁଚାଛପା କାମ, ଅନିୟମିତତା ଓ ଗଡ଼ବଡ଼ିକୁ ଉଜାଗର କରି ଆସୁଥିବା ଗବେଷଣାକାରୀ ସଂସ୍ଥାର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ବିଚଳିତ କରିଛି। କେଉଁ ଚାପରେ ଏତେ ବଡ଼ ନିଷ୍ପତ୍ତି ନେଲା କମ୍ପାନୀ। ପ୍ରତିଷ୍ଠାତା ଆଣ୍ଡରସନ୍ ଭାବବିହ୍ୱଳ ପୋଷ୍ଟ କରି ଲେଖିଛନ୍ତି ଯେ, ଯେଉଁ ବିଚାର ଉପରେ ସେ କାମ କରୁଥିଲେ, ତାକୁ ପୁରା କରିବା ପରେ ଏହାକୁ ବନ୍ଦ କରିଦିଆଯାଉଛି। ସେ ଦିନ ଆସି ପହଞ୍ଚିସାରିଛି। ୨୦୧୭ରେ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ପ୍ରତିଷ୍ଠା ପରେ ଶିଳ୍ପ ଓ କର୍ପୋରେଟ ଜଗତରେ ଭ୍ରଷ୍ଟାଚାର, ପରିଚାଳନାଗତ ତୃଟି ଓ ଧୋକାଦାରିକୁ ପଦାକୁ ଆଣୁଥିଲା। କିଛି କର୍ପୋରେଟ ଜଗତର ସାମ୍ରାଜ୍ୟକୁ ହଲଚଲ କରିଛୁ। ଆଉ ଏହା କରିବାର ଆବଶ୍ୟକତା ବି ଥିଲା। ଏଥିରେ ଆଦାନୀ ଗ୍ରୁପ ଅନ୍ୟତମ। ଏଥିରେ ୧୧ ଲୋକଙ୍କ ସମର୍ପିତ ଟିମର ସମର୍ଥନରେ ହିଣ୍ଡେନବର୍ଗକୁ ଆର୍ଥିକ ତଦନ୍ତର ପାଓ୍ୱାରହାଉସ୍ ବିବେଚନା କରିବାକୁ ଶ୍ରେୟ ମିଳିଥିଲା। ବିନା କୌଣସି ଆର୍ଥିକ ସହଯୋଗ ଓ ବିନା କୌଣସି କର୍ପୋରେଟ ଜଗତର କନେକ୍ସନରେ ଏହି ଫାର୍ମ ଆରମ୍ଭ ହୋଇଥିଲା। ତେବେ ଫାର୍ମ ବନ୍ଦ କରିବା ନିଷ୍ପତ୍ତି ବ୍ୟକ୍ତିଗତ ନିର୍ଣ୍ଣୟ ବୋଲି କହିଛନ୍ତି ଆଣ୍ଡରସନ୍। କୌଣସି ବିଶେଷ ଆଧାର ନାହିଁ କି କୌଣସି ବିପଦ କି ସ୍ୱାସ୍ଥ୍ୟସମସ୍ୟା ବି ନାହିଁ। ଏପରିକି କୌଣସି ବ୍ୟକ୍ତିଗତ ବଡ଼ ମୁଦ୍ଦା ବି ନାହିଁ। ଆଦାନୀ ଗ୍ରୁପ୍ ସମେତ ଡୋରସିର ବ୍ଲକ ଇଙ୍କ୍ ଓ ଇକାନ ଏଣ୍ଟରପ୍ରାଇଜ୍ ଭଳି ବଡ଼ କମ୍ପାନୀ ବିରୁଦ୍ଧରେ ରିପୋର୍ଟ ପ୍ରକାଶିତ କରି ଚର୍ଚ୍ଚାରେ ଥିଲା ହିଣ୍ଡେନବର୍ଗ।

ହିଣ୍ଡେନବର୍ଗ ରିସର୍ଚ୍ଚ ଫାର୍ମ ବନ୍ଦ ପରେ ରାଜନୀତିକ ଆରୋପ ପ୍ରତ୍ୟାରୋପ ତେଜ୍ ହୋଇଛି ଭାରତରେ।  ହିଣ୍ଡେନବର୍ଗ ସୁପାରୀ ନେଇ ଭାରତର ଅର୍ଥବ୍ୟବସ୍ଥାକୁ ବରବାଦ କରିବା ମାନସିକତାରେ କାମ କରୁଥିଲା। କିଛି ରାଜନୈତିକ ଦଳ ହିଣ୍ଡେନବର୍ଗ ସହ ମିଶି ଭାରତର ଛବିକୁ କଳୁଷିତ କରିବାକୁ ଲାଗିଥିଲା। ବିଶେଷ କରି ମିଛ ଆରୋପ ଲଦି ଭାରତର ଅର୍ଥନୀତିକୁ ବଦନାମ ଲାଗି କରିଥିବା ହିଣ୍ଡେନବର୍ଗର ଷଡ଼ଯନ୍ତ୍ରରେ ରାହୁଲ ସାମିଲ୍ ଥିବା ଅଭିଯୋଗ କରିଛି ବିଜେପି। ହିଣ୍ଡେନବର୍ଗ ତ ନିଜ ଦୋକାନ ବନ୍ଦ କରିଦେଲା। ଏବେ ରାହୁଲ ଓ ତାଙ୍କ ଦଳ ବି ଚେତିଯାଆନ୍ତୁ। କାହା ଇଙ୍ଗିତରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟକୁ ଧରି ଏତେ ଡେଉଁଥିଲେ ବୋଲି ପଚାରିଛି ବିଜେପି। ଏହା କେବଳ ଏକ ସଂଯୋଗ ଥିଲା ନା ବିଧିବଦ୍ଧ ଜର୍ଜ ସୋରୋସଙ୍କ ଷଡ଼ଯନ୍ତ୍ର ଥିଲା ବୋଲି କହି କଂଗ୍ରେସକୁ ଅଙ୍ଗୁଳି ଉଠାଇଛି ବିଜେପି। କଂଗ୍ରେସ ଏଥିଲାଗି କ୍ଷମା ମାଗୁ। ହିଣ୍ଡେନବର୍ଗ ସହ କଂଗ୍ରେସର କି ଲିଂକ ଥିଲା, ତାହାର ବି ଖୁଲାସା କରୁ। ହିଣ୍ଡେନବର୍ଗର ମିଛ ରିପୋର୍ଟ ଲାଗି ଭାରତୀୟ ନିବେଶ ଯେଉଁ କୋଟି କୋଟି ଟଙ୍କାର କ୍ଷତି ସହିଲେ, ତାକୁ କିଏ ଭରଣା କରିବ।

ହିଣ୍ଡେନବର୍ଗର ସଟର ଡାଉନ ମାତ୍ରେ ଆଦାନୀ ଗ୍ରୁପ ସମୂହର ସେୟାର ରକେଟ ବେଗରେ ବଢ଼ିଛି। ବମ୍ୱେ ଷ୍ଚକ ଏକ୍ସଚେଞ୍ଜର ୩୦ ପଏଣ୍ଟର ସେୟାର ସେନସେକ୍ସ ୫ଶହରୁ ଅଧିକ ସେୟାର ଭାଲ୍ୟୁ ସହ ଖୋଲିଥିଲା। ଯେତେବେଳେ କି ନିଫଟି ନା ନାସନାଲ ଷ୍ଟକ ଏକ୍ସଚେଞ୍ଜ ଶହେ ଅଙ୍କରୁ କାରବାର ଆରମ୍ଭ କରିଥିଲା। ଆଦାନୀ ଗ୍ରୁପରୁ ନେଇ ଆଦାନୀ ଏଣ୍ଟରପ୍ରାଇଜ୍। ସମସ୍ତ ୯ଟି କମ୍ପାନୀର ସେୟାର ଗୁରୁବାର ତେଜ୍ ଗତିରେ ବଢ଼ିଛି। ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟରୁ ୨୦୨୩ରେ ବିପୁଳ କ୍ଷତି ସହିଥିଲା ଆଦାନୀ ଗ୍ରୁପ୍। ସେୟାର ୮୦ ପ୍ରତିଶତ ଖସି ଯାଇଥିଲା। ୨୦୨୪ରେ ବି କ୍ଷତି ସହିଥିଲା ସେୟାର ମାର୍କେଟରେ। କିନ୍ତୁ ୨୦୨୩ ତୁଳନାରେ ଏହାର ପ୍ରଭାବ କମ୍ ଥିଲା। ସେବି ଯାଞ୍ଚରେ ଆଦାନୀ ଗ୍ରୁପ ବିରୁଦ୍ଧରେ କିଛି ବାହାରିଲାନି। ଆଦାନୀ ଗ୍ରୁପ୍ ବି ସଫେଇ ଦେଇଥିଲା ଯେ, କେବଳ କମ୍ପାନୀକୁ ଅସ୍ଥିର କରିବାକୁ ଏଭଳି ରିପୋର୍ଟ ଉଦ୍ଦିଷ୍ଟ ଥିଲା। ସେପଟେ କଂଗ୍ରେସ ଏହା ଉପରେ ପ୍ରତିକ୍ରିୟା ରଖିଛି।

ହିଣ୍ଡେନବର୍ଗ ରିସର୍ଚ୍ଚ ଫାର୍ମ କାହିଁକି ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ଆଣ୍ଡରସନ୍। ବ୍ୟକ୍ତିଗତ ନିଷ୍ପତ୍ତି କହି ବନ୍ଦ ଘୋଷଣା ପଛରେ କେଉଁ ଚାପ ଓ ଅଦୃଶ୍ୟ ଶକ୍ତି ରହିଛି। ତାକୁ ନେଇ ବି ସମାନ୍ତରାଳ ଚର୍ଚ୍ଚା ଜୋର୍ ଧରିଛି। ସଡ଼କରୁ ନେଇ ସଂସଦ ଯାଏ। ଆଦାନୀଙ୍କ ସୁରକ୍ଷା ଢାଲ ମୋଦି ସାଜିଥିବା ଆରୋପ ଲଦି କମ୍ପିଥିଲେ ବିରୋଧୀ। କଥା ସୁପ୍ରିମକୋର୍ଟ ଯାଏ ବି ପହଞ୍ଚିଥିଲା। ଆଉ ଏତିକିବେଳେ ଅଚାନକ ଆଣ୍ଡରସନଙ୍କ ସଟଡାଉନ୍ ନିଷ୍ପତ୍ତି ଏ ସବୁ ଚର୍ଚ୍ଚାକୁ ପାଣିଚିଆ କରିଦେଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *