ଭାରତରେ ବଢ଼ୁଛି HMPV ଭାଇରସ୍। ଭାଇରସର ଆଉ ଏକ ମାମଲା ସାମ୍ନାକୁ ଆସିଛି। ପୁଡୁଚେରୀରେ ଜଣେ ୫ ବର୍ଷର ଝିଅ ସଂକ୍ରମିତ ହୋଇଛି । କୁହାଯାଉଛି ଯେ ପୁଡୁଚେରୀର JIPMERରେ ଜଣେ ୫ ବର୍ଷର ଝିଅର ଜ୍ୱର, କାଶ ଏବଂ ନାକରୁ ପାଣି ବାହାରିବା ଲକ୍ଷଣ ଦେଖାଯିବା ପରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତଦନ୍ତ ପରେ, ଝିଅଟି HMPVରେ ସଂକ୍ରମିତ ହୋଇଥିବା ଜଣାପଡ଼ିଲା। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଝିଅଟି ସୁସ୍ଥ ଅଛି । ତାର ହସ୍ପିଟାଲରେ ଚିକିତ୍ସଲା ଚାଲିଛି । ଝିଅଟି ଏବଂ ତାଙ୍କ ଆଖପାଖରେ ଥିବା ଲୋକଙ୍କ ସୁରକ୍ଷା ବି ବଢାଇ ଦିଆଯାଇଛି । କହିରଖୁଛୁ ଯେ ଭାରତରେ HMPV ଭାଇରସ ମାମଲା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ପୁଡୁଚେରୀରେ ମାମଲା ମିଳିବା ପୂର୍ବରୁ, ଜାନୁଆରୀ ୧୦ ତାରିଖ ସୁଦ୍ଧା ଦେଶରେ ଏହି ଭାଇରସର ୧୨ଟି ମାମଲା ରିପୋର୍ଟ ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now