ଆଜିର ଦିନରେ ଗଠନ ହୋଇଥିଲା ୮ ରାଜ୍ୟ ଓ ୫ କେନ୍ଦ୍ରଶାସିତ ଅଞ୍ଚଳ। ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ, ହରିଆଣା, କେରଳ ସ୍ୱତନ୍ତ୍ର ରାଜ୍ୟ ଗଠନ ହୋଇଥିଲା। ଏହା ସହ ଲାକ୍ଷାଦ୍ୱୀପ ଓ ପୁଡୁଚେରୀ ବି ଏହି ଦିନ ନିଜର ସ୍ୱତନ୍ତ୍ର ପରିଚୟ ପାଇଥିଲା। ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସବୁ ରାଜ୍ୟକୁ ଶୁଭେଛା ଜ୍ଞାପନ କରିଛନ୍ତି। ବିକଶିତ ଭାରତରେ ଏ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଯୋଗଦାନ ଜାରି ରହୁ ବୋଲି କାମନା କରିଛନ୍ତି। ଏସବୁ ରାଜ୍ୟର ଉନ୍ନତି ଶୀଖର ଛୁଉଁ ବୋଲି ଶୁଭକାମନା ଜଣାଇଛନ୍ତି। ନଭେମ୍ୱର ପହିଲାରେ ଆନ୍ଧ୍ର, ଛତିଶଗଡ଼, ଆନ୍ଧ୍ର, ହରିଆଣା, କର୍ଣ୍ଣାଟକ,କେରଳ, ତାମିଲନାଡ଼ୁ ସମେତ ୫ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ହୋଇଥିଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଚଣ୍ଡୀଗଡ଼, ଦିଲ୍ଲୀ, ଲାକ୍ଷାଦ୍ୱୀପ ଓ ପୁଡୁଚେରୀ ଗଠନ ହୋଇଥିଲା। ଏଥିରୁ ଅଧିକାଂଶ ରାଜ୍ୟ ରାଜ୍ୟ ପୁନର୍ଗଠନ ଆକ୍ଟ, ୧୯୫୬ ଅନୁସାରେ ହୋଇଥିଲା। ଭାଷା ଓ ସାଂସ୍କୃତିକ ପରିଚୟ ଏହା ବହନ କରିଆସୁଛି। ବର୍ଷ ବର୍ଷ ଧରି ବିବିଧତା ଭିତରେ ଏକତାର ପ୍ରତୀକ ସାଜିଆସିଛି। ଏହା ପ୍ରତି ରାଜ୍ୟର ଇତିହାସ, ସଂସ୍କୃତି ଓ ବିକାଶକୁ ପ୍ରତିପାଦିତ କରୁଛି। ନଭେମ୍ୱର ପହିଲାରେ ୮ ରାଜ୍ୟ ଓ ୫ କେନ୍ଦ୍ରଶାସିତ ଅଞ୍ଚଳ ନିଜର ପ୍ରତିଷ୍ଠା ଦିବସ ପାଳୁଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now