ସାମ୍ୱାଦିକ ହୋଇପାରିବେନି ଓକିଲ

ଆପଣ ଓକିଲ କି। ଆଉ ତା ସାଙ୍ଗକୁ ସାମ୍ୱାଦିକତା ବି କରୁଛନ୍ତି କି। ଏକାସାଙ୍ଗରେ ଦୁଇଟା ବୃତ୍ତି ଆପଣ କରିପାରିବେନି। ଏହା କରୁଥିଲେ ଏହା ବେଆଇନ। ଓକିଲ ଫୁଲ୍ ଟାଇମ୍ ସାମ୍ୱାଦିକତା କରିପାରିବେନି। ବାର୍ କାଉନସିଲ ଅଫ ଇଣ୍ଡିଆ ସୁପ୍ରିମକୋର୍ଟକୁ ଏହା ଅବଗତ କରାଇଛନ୍ତି। ଯେଉଁ ଓକିଲ ପ୍ରାକ୍ଟିସ କରୁଛନ୍ତି, ସେ ଏକାଦିକ୍ରମେ ଫୁଲ୍ ଟାଇମ୍ ସାମ୍ୱାଦିକତା କରିପାରିବେନି। ଏହା ବାର୍ କାଉନସିଲ ଅଫ ଇଣ୍ଡିଆର ଆଚରଣ ଓ ରୁଲ୍ସ ୪୯ର ଉଲ୍ଲଂଘନ କରୁଛି। ଯଦି ଆଇନଜୀବି, ତା ହେଲେ ଏ ପେଶାକୁ ସମ୍ମାନ ଦେଇ ସେ ପେଶାକୁ ଦାୟିତ୍ୱର ସହ ତୁଲାଅ। କିନ୍ତୁ ସାମ୍ୱାଦିକତା ଭଳି ବୃତ୍ତିରେ ପଶିପାରିବନି। ଜଷ୍ଟିସ ଅଭୟ ଏସ ଓକା ଓ ଜଷ୍ଟିସ ଅଗଷ୍ଟିନ୍ ଜର୍ଜ ମସିହାଙ୍କ ଖଣ୍ଡପୀଠ ଏ ସନ୍ଦର୍ଭରେ ବାର୍ କାଉନସିଲ ଅଫ ଇଣ୍ଡିଆର ମତାମତ ଲୋଡ଼ିଥିଲେ। ତେବେ ଏ ମାମଲା କାହିଁକି ଓ କେମିତି ସାମ୍ନାକୁ ଆସିଲା। କଥା ହେଉଛି ଯେ, ଜଣେ ଓକିଲଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମାରୁ ଏ ବିବାଦ ଓ ଦ୍ୱନ୍ଦ୍ୱ ଉଠିଥିଲା। ସଂପୃକ୍ତ ଓକିଲ ଜଣେ ଫ୍ରିଲାନ୍ସ ବା ମୁକ୍ତ ସାମ୍ୱାଦିକତା କରୁଥିଲେ। ଓକିଲଙ୍କ ବିରୁଦ୍ଧରେ ହୋଇଥିବା ମାନହାନି ମକଦ୍ଦମାକୁ ରଦ୍ଦ କରିବାକୁ ଓକିଲ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ଦୁଇ ଜଣିଆ ଖଣ୍ଡପୀଠ ବିସିଆଇର ମତାମତ ମାଗିଥିଲେ। ଆଉ ବିସିଆଇ ସ୍ପଷ୍ଟ କରିଦେଇଛି ଯେ, ଜଣେ ଓକିଲ ଗୋଟିଏ ପଟେ ପ୍ରାକ୍ଟିସ କରିବ ଓ ଅନ୍ୟପଟେ ସାମ୍ୱାଦିକତା କରିବ। ଏ କଥା ହୋଇପାରିବନି। ସେପଟେ ଯଦିଓ ସଂପୃକ୍ତ ଓକିଲ ଯୁକ୍ତି ରଖିଥିଲେ ଯେ, ସେ ଫୁଲ୍ ଟାଇମ୍ ସାମ୍ୱାଦିକ ହିସାବରେ କାମ କରୁନଥିଲେ। କିନ୍ତୁ ଏହା ଫୁଲ୍ ଟାଇମ୍ ହେଉ ଅବା ପାର୍ଟ-ଟାଇମ୍। ଯଦିଓ ଆଇନ ପେଶାରେ ଅଛନ୍ତି, କୌଣସି ମତେ ଜର୍ଣ୍ଣାଲିଷ୍ଟ ସାଜିପାରିବେନି। ବିସିଆଇର ସ୍ପଷ୍ଟତା ପରେ ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି ଯେ, ସାମ୍ୱାଦିକତା କ୍ଷେତ୍ରରୁ ନିଜକୁ ଦୂରେଇ ଦିଅନ୍ତୁ। ତେବେ ସଂପୃକ୍ତ ଓକିଲଙ୍କ ବିରୁଦ୍ଧରେ ହୋଇଥିବା ମାନହାନି ମକଦ୍ଦମାର ବିଚାର ଫେବୃଆରୀ ୨୫ରେ ହେବ। ଏହା ସହ ଖଣ୍ଡପୀଠ ସୂଚାଇ ଦେଇଛନ୍ତି ଯେ, ଯେହେତୁ ଓକିଲ ସାମ୍ୱାଦିକ ହୋଇପାରିବନି, ସେଥିଲାଗି ଏହି ମାମଲାର ପରବର୍ତ୍ତୀ ଶୁଣାଣୀରେ ବିସିଆଇର ଉପସ୍ଥିତି ଆବଶ୍ୟକ ନାହିଁ। ତେବେ ଉଭୟ ବୃତ୍ତିରେ ଅଖଣ୍ଡ ସ୍ୱାଧୀନତା ଥିବାରୁ ଏହାର ଅନେକ ଫାଏଦା ନେବାର ନଜିର ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *