ମାଉଣ୍ଟ ଏଭରେଷ୍ଟରେ ଚଢ଼ିବାକୁ ବଢ଼ିଲା ପରମିଟ୍ ଶୁଳ୍କ। ପ୍ରାୟ ୩୬ ପ୍ରତିଶତ ଶୁଳ୍କ ବଢାଇଛି ନେପାଳ। ମାଉଣ୍ଟ ଏଭରେଷ୍ଟ ବା ମାଉଣ୍ଟ୍ କାମାଲାଙ୍ଗମା ଚଢ଼ିବାକୁ ଏଣିକି ବିଦେଶୀଙ୍କ ଲାଗି ୧୧ହଜାର ଡଲାର ବଦଳରେ ଦେବାକୁ ପଡ଼ିବ ୧୫ହଜାର ଡଲାର। ଏହି ବର୍ଦ୍ଧିତ ଦର ଡିସେମ୍ୱର ପହିଲା ୨୦୨୫ରୁ ଲାଗୁ ହେବ। ବସନ୍ତ ଋତୁରେ ୫ହଜାର୫ଶହ ଡଲାର ବଦଳରେ ୭ହଜାର୫ଶହ ଡଲାର ଦେବାକୁ ପଡ଼ିବ। ଶୀତ ଓ ବର୍ଷା ପାଗରେ ଶୁଳ୍କ ୨ହଜାର ୭୫୦ ଡଲାରରୁ ବଢ଼ି ୩ହଜାର୭୫୦ ଡଲାର ହୋଇଛି। ନେପାଳୀ ପର୍ବତାରୋହୀଙ୍କ ଲାଗି ଯେଉଁ ଶୁଳ୍କ ପ୍ରାୟ ୭୫ହଜାର ଟଙ୍କା ଥିଲା। ଏବେ ଦୁଇଗୁଣା ହୋଇଛି। ସେମାନେ ଦେଢ଼ଲକ୍ଷ ଟଙ୍କା ଦେବେ। ଶେଷ ଥର ଲାଗି ପର୍ବତାରୋହୀଙ୍କ ପରମିଟ୍ ଶୁଳ୍କ ଜାନୁଆରୀ ୧, ୨୦୧୫ରେ ସଂଶୋଧିତ ହୋଇଥିଲା। ପୃଥିବୀର ସବୁଠୁ ଉଚ୍ଚତମ ପର୍ବତ ଯାହାକୁ ସମୁଦ୍ର ପତ୍ତନରୁ ପ୍ରାୟ ୮ହଜାର ୮୪୮ କିଲୋମିଟର ଉପରେ ଅଛି। ଏଠାରେ ଚଢ଼ିବାକୁ ଦୁଇଟି ମାର୍ଗ ରହିଛି। ଗୋଟିଏ ହେଉଛି ନେପାଳର ଦକ୍ଷିଣ-ପୂର୍ବରୁ ଶୀଖର ଯାଏଁ ଯାହାକୁ ଷ୍ଟାଣ୍ଡାର୍ଡ ରୁଟ୍ ନାଁରେ ଜଣାଯାଏ। ଆଉ ଅନ୍ୟ ରୁଟ୍ ହେଲା ତିବ୍ବତରୁ ଉତ୍ତର ଦିଗରେ ଯାଇ ଚଢ଼ିବା।

Naxatra News is now on Whatsapp
Join and get latest news update delivered to you via whatsapp
Join Now