ଶାନ୍ତି ପାଇଁ ନୋବେଲ ପୁରଷ୍କାର

 ଶାନ୍ତି ପାଇଁ ନୋବେଲ ପୁରଷ୍କାର ପାଇବ ଜାପାନର ସଂସ୍ଥା ନିହନ୍ ହିଡାନକ୍ୟୋ। ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ଏହି ସଂସ୍ଥା। ବିଶ୍ୱକୁ ପରମାଣୁବୋମା ମୁକ୍ତ କରିବାକୁ ସଚେତନତା ଜାରି ରଖିଛି। ହିରୋସିମା ଓ ନାଗାସାକିରେ ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ନିହନ୍ ହିଡାନକ୍ୟୋ। ୧୯୫୬ରେ ଏହି ସଂଗଠନର ଗଠନ ହୋଇଥିଲା। ମିଶନ ଥିଲା, ପରମାଣୁ ଅସ୍ତ୍ର ପ୍ରୟୋଗରେ ହେଉଥିବା କ୍ଷୟକ୍ଷତିକୁ ନେଇ ବିଶ୍ୱରେ ସଚେତନନା ସୃଷ୍ଟି କରିବା। ଭବିଷ୍ୟତରେ କେଉଁଠି ବି ପରମାଣୁ ବୋମାର କେହି ପ୍ରୟୋଗ ଯେଭଳି କରିବେନି, ତାକୁ ନେଇ ବ୍ୟାପକ କାମ କରୁଛି ଏହି ସଂଗଠନ। ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ଆକ୍ରମଣରେ ୧ଲକ୍ଷ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ କିଛି ବର୍ଷ ପରେ ରେଡିଏସନ ପ୍ରଭାବରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୦୨୫ରେ ପରମାଣୁ ଆକ୍ରମଣକୁ ୮୦ ବର୍ଷ ପୁରିବ। ଏଥର ନୋବେଲ ଶାନ୍ତି ପୁରଷ୍କାର ପାଇଁ ୨୮୬ ଆବେଦନ ପଡ଼ିଥିଲା। ଏଥିରୁ ୮୯ଟି ସଂଗଠନ ଥିଲା। ୨୦୨୩ରେ ଇରାନ ସାମ୍ୱାଦିକ ଓ ମାନବାଧିକାର କର୍ମୀ ନର୍ଗିସ ମୋହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରଷ୍କାର ମିଳିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *