ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖୁଛ କାହିଁକି। ବିବାହର ପ୍ରତିଶୃତି ଦେଇ ଲିଭ୍ ଇନ ରିଲେସନରେ ଶାରୀରିକ ସମ୍ପର୍କ ରଖି ପରେ ପ୍ରତାରଣାର ଶୀକାର ହୋଇଥିବା ଜଣେ ମହିଳାଙ୍କୁ ଏଭଳି କଡ଼ା ଶବ୍ଦରେ ପଚାରିଛନ୍ତି ସୁପ୍ରିମକୋର୍ଟ। ବିବାହ ପୂର୍ବରୁ କାହା ଉପରେ ଭରସା କରନି। ପ୍ରି ମାରିଟାଲ୍ ସେକ୍ସ ଉପରେ ଯୁବ ବର୍ଗଙ୍କୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଦୁଷ୍କର୍ମ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣୀ ବେଳ ଏଭଳି ଟିପ୍ପଣୀ କରିଛନ୍ତି ଅଦାଲତ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ନାଗରତ୍ନା ଟିପ୍ପଣୀ କରିଛନ୍ତି, ଆମେ ହୁଏତ ପୁରୁଣା ବିଚାରାଧାରାରେ ହୋଇପାରନ୍ତି। କିନ୍ତୁ ବିବାହ ପୂର୍ବରୁ ପୁଅ ଝିଅ ପରସ୍ପରର ଅଜଣା ହୋଇଥାଆନ୍ତି। ସେମାନଙ୍କୁ ସାବଧାନ ଅବଲମ୍ୱନ କରିବା ଜରୁରୀ। ବିବାହ ପୂର୍ବରୁ କାହାକୁ ଆଖି ବନ୍ଦ କରି ଭରସା କରିବା ଉଚିତ ନୁହେଁ। କୋର୍ଟ ଏହି ମାମଲାରେ କହିଛନ୍ତି, ପ୍ରଥମ ସମ୍ପର୍କ ସହମତିରୁ ହୋଇଥିବା ପ୍ରତୀୟମାନ ହେଉଛି। ଦୁବାଇରେ ସମ୍ପର୍କ ଓ ଆପତ୍ତିଜନକ ଭିଡ଼ିଓ କରିଥିବାର ଆରୋପ ଲଦିଥିଲେ ମହିଳା। ଅଭିଯୁକ୍ତ ଯୁବକ ପୂର୍ବରୁ ବିବାହିତ ଥିଲା। ଏହି ମାମଲାରେ ଅଭିଯୁକ୍ତର ଜାମିନକୁ ହାଇକୋର୍ଟ ଖାରଜ କରିସାରିଛନ୍ତି। ହେଲେ ମଧ୍ୟସ୍ଥି ଜରିଆରେ ଏ ମାମଲାକୁ ତୁଟାଇବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ପୀଡ଼ିତାଙ୍କ ଓକିଲଙ୍କ କହିବା କଥା, ଦୁହିଁଙ୍କର ଭେଟଘାଟ ୨୦୨୨ରେ ଏକ ବୈବାହିକ ୱେବସାଇଟରେ ହୋଇଥିଲା। ଦିଲ୍ଲୀ ଓ ପରେ ଦୁବାଇରେ ବିବାହର ପ୍ରତିଶୃତି ଦେଇ ଅନେକ ଥର ଶାରୀରିକ ସମ୍ପର୍କ କରିଥିଲା ଯୁବକ। ପରେ ମହିଳାଙ୍କୁ ଜଣାପଡ଼ିଥିଲା, ଅଭିଯୁକ୍ତ ପୂର୍ବରୁ ବିବାହିତ ଓ ସେ ଜାନୁଆରୀ ୨୦୨୪ରେ ପଞ୍ଜାବରେ ଦ୍ୱିତୀୟ ବିବାହ ବି କରିଛି। ଏ ମାମଲାର ପରବର୍ତ୍ତୀ ଶୁଣାଣୀ କାଲି ହେବ। ଦୁଇ ପକ୍ଷ ଭିତରେ କିଛି ସମାଧାନ ହେଲା କି ନାହିଁ। ଏହାକୁ ଜାଣିବା ପରେ ସୁପ୍ରିମକୋର୍ଟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now