ଭଏସ୍ ଅଫ୍ ଦି ଗ୍ଲୋବାଲ ସାଉଥ୍ ସମ୍ମିଳନୀରେ ‘ବୈଶ୍ୱିକ ବିକାଶ ସୁଂସହତି’ର ପ୍ରସ୍ତାବ ଦେଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଦକ୍ଷିଣ ପାଇଁ ଏକ ବ୍ୟାପକ ଏବଂ ମାନବ- କେନ୍ଦ୍ରିତ “ଗ୍ଲୋବାଲ ଡେଭଲପମେଣ୍ଟ କମ୍ପାକ୍ଟ”/ ବୈଶ୍ୱିକ ବିକାଶ ସୁଂସହତି ପ୍ରସ୍ତାବ ଦେଇଛନ୍ତି ଏବଂ କହିଛନ୍ତି ଯେ ଏହା ଭାରତ ଅଭିବୃଦ୍ଧି କାହାଣୀର ସାମଗ୍ରିକ ଢାଞ୍ଚା ଅଧୀନରେ ପ୍ରକଳ୍ପ ଗୁଡ଼ିକର ବାଣିଜ୍ୟ, ସ୍ଥାୟୀ ଅଭିବୃଦ୍ଧି, ପ୍ରଯୁକ୍ତି ଆଦାନପ୍ରଦାନ ଏବଂ ରିହାତି ଆର୍ôଥକ ସହାୟତା ଉପରେ ଧ୍ୟାନ ଦେବ ।

ଭାରତ ଦ୍ୱାରା ଆୟୋଜିତ ତୃତୀୟ ଆଭାସୀ ଭଏସ୍ ଅଫ୍ ଦି ଗ୍ଲୋବାଲ ସାଉଥ୍ (ଦକ୍ଷିଣ ବିଶ୍ୱର ସ୍ୱର ) ଶିଖର ସମ୍ମିଳନୀରେ ଏହି ନୂତନ ପଦକ୍ଷେପ ଘୋଷଣା କରି ମୋଦୀ କହିଛନ୍ତି ଯେ ବିକାଶ ଅର୍ଥ ନାମରେ ଅଭାବୀ ଦେଶଗୁଡ଼ିକ ଉପରେ ଋଣ ବୋଝ ପଡ଼ିବ ନାହିଁ ।

ସେ କହିଛନ୍ତି ଯେ ବୈଶ୍ୱିକ ବିକାଶ ସୁଂସହତି ଦକ୍ଷିଣ ବିଶ୍ୱର ଦେଶମାନଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିକାଶ ପ୍ରାଥମିକତାରୁ ପ୍ରେରିତ ହେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *