ତୁଛା ପ୍ରସଙ୍ଗକୁ ଆଗକୁ ବଢ଼ାନ୍ତୁନି। ଏତିକିରେ ସାରନ୍ତୁ। ପ୍ରଧାନ ବିଚାରପତି ଜଷ୍ଟିସ ଗଭାଇ ଏଭଳି ଅପିଲ କରିଛନ୍ତି। ପ୍ରଧାନ ବିଚାରପତି ହେବା ପରେ ମହାରାଷ୍ଟ୍ର ମୂଳନିବାସୀ ଭାବେ ନିଜ ରାଜ୍ୟ ଗସ୍ତରେ ଯାଇଥିଲା ବେଳେ ପ୍ରୋଟକଲ ବିବାଦ ଉପୁଜିଥିଲା। ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବ, ଡିଜିପି କି ମୁମ୍ୱାଇ ପୁଲିସ କମିଶନର ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିନଥିଲେ। ଏହାକୁ ନେଇ ଜଷ୍ଟିସ ଗଭାଇ ନିଜର ଅସନ୍ତୋଷ ଜାହିର କରିଥିଲେ। ଜଷ୍ଟିସ ଗଭାଇ କହିଥିଲେ ଯେ, ଲୋକତନ୍ତ୍ରର ସମସ୍ତ ସ୍ତମ୍ଭ ପରସ୍ପରକୁ ସମ୍ମାନ ଦେବା ସହ ସିଦ୍ଧାନ୍ତର କଥା ଉଠାଇଥିଲେ। ନ୍ୟାୟପାଳିକା, କାର୍ଯ୍ୟପାଳିକା ସମ୍ୱିଧାନର ସମାନ ଅଙ୍ଗ ଅଟେ। ଆଉ ଏବେ ଅପିଲ କରି ପ୍ରଧାନ ବିଚାରପତି କହିଛନ୍ତି, ଏ ପ୍ରସଙ୍ଗକୁ ଆଗକୁ ବଢ଼ାନ୍ତୁନି। ଏହାକୁ ନେଇ ସଂପୃକ୍ତ ଅଫିସରମାନେ ଦୁଃଖ ପ୍ରକାଶ କରିସାରିଲେଣି। ସମସ୍ତେ ଏହି ପ୍ରସଙ୍ଗକୁ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ। ସୁପ୍ରିମକୋର୍ଟ ପକ୍ଷରୁ ଜାରି ହୋଇଛି ପ୍ରେସନୋଟ୍। ଏଭଳି ଛୋଟ ମାମଲାରେ ଅନାବଶକୀୟ ବିବାଦରୁ ଦୂରେଇ ରହିବା ଜରୁରୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now