Latest Newsଓଡ଼ିଶା

ଏନସିଏସସିଡ଼ିଏ ପକ୍ଷରୁ ନିଯୁକ୍ତି ମେଳା ୧୨ ରେ

ଭୁବନେଶ୍ୱର – ଆସନ୍ତା ୧୨ ତାରିଖରେ ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର , (ଏନସିଏସସିଡ଼ିଏ)ଭୁବନେଶ୍ୱର, ତରଫରୁ ଏନସିଏସସିଡ଼ିଏ କ୍ୟାମ୍ପସ ପରିସରରେ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି । ସେଥିରେ ଚଳନ ଶକ୍ତି ରହିତ ଭିନ୍ନକ୍ଷମ ମାନେ ମଧ୍ୟ ଭାଗ ନେଇ ପାରିବେ । ଏହି ମେଳାରେ ଉଭୟ ଭିନ୍ନକ୍ଷମ ଏବଂ ଅଣଭିନ୍ନକ୍ଷମ ଯୁବକ ଏବଂ ଯୁବତୀ ମାନେ ଭାଗ ନେଇ ପାରିବେ ।

ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରେ ଯଥା:- କଷ୍ଟମର ସର୍ଭିସ ଆସୋସିଏଟ (ଦରମା : ୯୦୦୦-୧୨୦୦୦/-) ,ମେଟେରିଆଲ ଆସିଷ୍ଟାଂଟ (ଦରମା ୧୦୦୦୦ -୧୨୦୦୦/-) , କ୍ୟାସିୟର ,ଏଚ.ଆର ଏକ୍ଜିକ୍ୟୁଟିଭ୍‌, ଜୁନିୟର ଆକାଉଟାଂଟ, ଅଫିସ ବୟ, ହୋଟେଲ ଷ୍ଟିୱାର୍ଡ, ରିଲେସନସିପ ମ୍ୟାନେଜର(ଦରମା ୧୦୦୦୦-୧୨୦୦୦) ପ୍ରାୟ ୨୦୦ରୁ ଅଧିକ ପଦବୀ ନିଯୁକ୍ତି ପାଇଁ ୬ରୁ ଅଧିକ କମ୍ପାନୀ / ସଂସ୍ଥା ଯଥା ଫ୍ଲିପ କାର୍ଟ,ସ୍କାଇ ଅଟୋମୋବାଇଲସ, ମେଡ ପ୍ଲସ, ଗର୍ଗ ଲଜିଷ୍ଟିକ, ଅସ୍ମିତା ହୋଲିଡ଼େଜ ପ୍ରା.ଲି, ସାମସନ ଏଗ୍ରିପାୱାର ୟୁକ୍ୟୁମେଂଟ୍ସ ଅଂଶଗ୍ରହଣ କରୁଛନ୍ତି । ଦଶମଠୁ କମ ଶିକ୍ଷାଗତ , ଦଶମ ପାସ ଏବଂ ଦଶମଠାରୁ ଅଧିକ ଶିକ୍ଷାଗତ ଥିଲେ ଭାଗ ନେଇ ପାରିବେ । ଗ୍ରାଜୁଏସନ, ଏମ.ବି.ଏ, ପି.ଜି ଆଦି ପାସ ପିଲା ମଧ୍ୟ ଭାଗ ନେଇ ପାରିବେ ।

ସମସ୍ତ ଚାକିରି ଆଶାୟୀ ପ୍ରାର୍ଥୀ ନିଜର ଶିକ୍ଷାଗତ ପ୍ରମାଣପତ୍ରର ନକଲ , ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍‌, ଭିନ୍ନକ୍ଷମ ପ୍ରମାଣପତ୍ର(ଯେଉଁ ମାନେ ଭିନ୍ନକ୍ଷମ) ଏବଂ ବାୟୋ ଡାଟା ଇତ୍ୟାଦି ଡକ୍ୟୁମେଂଟ୍ ସହିତ ଚାକିରି ମେଳାରେ ଯୋଗଦେବାକୁ କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button