ବାପା ଦ୍ୱିତୀୟ ବିବାହ କରିନେଲେ। ଦ୍ୱିତୀୟ ପତ୍ନୀ ପାଖରେ ରହୁଛନ୍ତି। ଆଉ ବାପାଙ୍କ ଦ୍ୱିତୀୟ ପତ୍ନୀ ପାଖରେ ନାବାଳକ ପୁଅକୁ ଛାଡ଼ିବା ଉଚିତ ହେବନି। କାରଣ ପିଲାର ବିକାଶ ଲାଗି ଏହା ପ୍ରଯୁଜ୍ୟ ହେବନି। ପଞ୍ଜାବ ଓ ହରିଆଣା ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ସେଥିଲାଗି ନାବାଳକ ପୁଅକୁ ତାହାର ଅଷ୍ଟ୍ରେଲିଆ ମାଆର କଷ୍ଡଡିରେ ରଖିବାକୁ ନିର୍ଦେଶ ଦେଇଛନ୍ତି ଅଦାଲତ। ଅଷ୍ଟେଲିଆ କୋର୍ଟ ଭିଜିଟେସନ ରାଇଟ୍ସ ଆଧାରରେ ମାଆ ବାପାଙ୍କୁ କଷ୍ଟଡ଼ି ଦେଇଥିଲା। ଦମ୍ପତ୍ତିଙ୍କ ସହମତିରେ ନାବାଳକ ପୁଅ ଓ ଝିଅର କଷ୍ଡଡ଼ି ମାଆକୁ ଦେଇଥିଲେ। କିନ୍ତୁ ବାପା ଘରକୁ ବୁଲିଗଲେ ଏମାନଙ୍କୁ ଦେଖାକରିପାରିବେ। ଅର୍ଥାତ ବାପା ପିଲାଙ୍କୁ ଭେଟିବାକୁ ଚାହିଁଲେ ଘରକୁ ଯିବାକୁ ଅନୁମତି ଦେଇଥିଲେ। ଅଷ୍ଟ୍ରେଲିଆ ପରିବାର ଅଦାଲତରୁ ଅନୁମତି ଆଣି ଜାନୁଆରୀ ୮ରୁ ଫେବୃଆରୀ ୨ ତାରିଖ ଯାଏ ଦୁଇ ପୁଅ ଝିଅଙ୍କୁ ଭାରତ ଆଣିିଥିଲେ। ଝିଅକୁ ପରେ ମାଆ ପାଖକୁ ଅଷ୍ଟ୍ରେଲିଆ ପଠାଇଦେଇଥିଲେ। କିନ୍ତୁ ପୁଅକୁ ଛାଡ଼ିଲେନି। ଅଦାଲତ ଦେଇଥିବା ସମୟ ସରିବା ପରେ ମାଆ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ମାର୍ଚ୍ଚ ୩ରେ ଅଷ୍ଟ୍ରେଲିଆ ପରିବାର ଅଦାଲତ ରିକଭରି ଅର୍ଡର ପାସ୍ କରିଥିଲେ। ଭାରତ ସରକାର ଓ ପୁଲିସ ସହାୟତାରେ ପୁଅକୁ ଅଷ୍ଟ୍ରେଲିଆ ନିଜ ମାଆ ପାଖକୁ ଫେରାଇବାକୁ ବନ୍ଦୋବସ୍ତ କରିବାକୁ ରାୟ ଦେଇଥିଲେ। ନିଜର ନାବାଳକ ପୁଅକୁ ଜଷ୍ଟିସ ରାଜେଶ ଭରଦ୍ୱାଜ କହିଛନ୍ତି, ନାବାଳକ ପୁଅର ନିରନ୍ତର କଷ୍ଡଡ଼ି ଦ୍ୱିତୀୟ ବିବାହ କରିଥିବା ବାପାକୁ ଦିଆଯାଇପାରିବନି। ଏହା ଅନ୍ୟାୟ ଓ ବିଦେଶୀ କୋର୍ଟର ରାୟକୁ ଉଲ୍ଲଂଘନ କରିବ। ହଁ ବାପା ଦ୍ବିତୀୟ ବିବାହ କଲେ ଅବଶ୍ୟ ବାପାଙ୍କ ଦ୍ୱିତୀୟ ପତ୍ନୀକୁ ପୁଅର ଦେଖାଶୁଣା ଦାୟିତ୍ୱ ଦିଆଯାଇପାରିବ। କିନ୍ତୁ ପ୍ରଥମ ପତ୍ନୀ ଆଉ ଥରେ ବିବାହ କଲେନି ଏଥିଲାଗିି ଯେ, ସେ ନିଜର ପିଲାର ଭବିଷ୍ୟତ ଲାଗି ନିଜ ପୁରା ଜୀବନକୁ ସମର୍ପିତ କରିବାକୁ ଚାହାନ୍ତି। ସେଥିଲାଗି ପ୍ରଥମ ପତ୍ନୀ ପାଖରେ ପୁଅ ରହିବା ବିଲକୁଲ ଯଥାର୍ଥ।

Naxatra News is now on Whatsapp
Join and get latest news update delivered to you via whatsapp
Join Now