ରୁଷିଆରେ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ। ଯେଉଁଥିରେ ଏକରୁ ଅଧିକ ବିବାହ ଉପରେ ପ୍ରତିବନ୍ଧକ ରହିଛି। ରୁଷିଆରେ ୧୫ ପ୍ରତିଶତ ମୁସଲମାନ ଜନସଂଖ୍ୟା ଅଛି, କିନ୍ତୁ ଦେଶରେ ମୁସଲମାନମାନଙ୍କୁ ଏକାଧିକ ବିବାହ କରିବାକୁ ଅନୁମତି ନାହିଁ। ରୁଷିଆ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ‘ୟୁନିଫର୍ମ ସିଭିଲ୍ କୋଡ୍’ ଅନୁଯାୟୀ କେବଳ ଗୋଟିଏ ବିବାହ ଅନୁମତି ଦିଆଯାଇଛି। ନିକଟରେ ଦେଶର ଜଣେ ମୁସଲମାନ ଧାର୍ମିକ ନେତା ବହୁବିବାହ ସମ୍ବନ୍ଧୀୟ କିଛି ସର୍ତ୍ତ ସହିତ ଫତୱା ଜାରି କରିଥିଲେ, କିନ୍ତୁ ସରକାର ଏହାକୁ ପୁଣି ଥରେ ଖାରଜ କରିଛନ୍ତି। ମୁସଲମାନ ଧାର୍ମିକ ନେତା ଏକରୁ ଅଧିକ ବିବାହ ଦାବି ନେଇ ଅନେକ ଯୁକ୍ତି ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ। ସବୁଠାରୁ ବଡ ଯୁକ୍ତି ଥିଲା ଜନସଂଖ୍ୟା। ୧୯୯୯ ମସିହାରେ ଏହା ପୂର୍ବରୁ ମଧ୍ୟ ମୁସଲମାନଙ୍କ ପକ୍ଷରୁ ବହୁବିବାହ ଦାବି କରାଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now