ଦିନକୁ ଦିନ ବଢିବାରେ ଲାଗିଛି ବଲିଉଡର ସୁଲତାନ ଅଭିନେତା ସଲମାନ ଖାନଙ୍କ ଟେନସନ । ଅଭିନେତାଙ୍କ ୨୦୧୮ ରୁ ଧମକ ମିଳିବାରେ ଲାଗିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଲଗାତାର ଧମକ । ସିକନ୍ଦର ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ମିଳିଲା ଜୀବନରୁ ମାରିଦେବା ଧମକ । ମୁମ୍ବାଇର ବର୍ଲି ପୁଲିସ ବିଭାଗର ହ୍ୱାଟ୍ସଆପରେ ଆସିଛି ଏକ ଧମକପୂଣ୍ଣ ମେସେଜ ।ଏତିକି ନୁହେଁ ସଲମାନଙ୍କ ଗାଡି ଉପରକୁ ବୋମାରେ ଉଡାଇବା ପାଇଁ ମଧ୍ୟ ମିଳିଛି ଧମକ । ଖାଲି ମେସଜ ଜରିଆରେ ନୁହେଁ ଫୋନ କରି ମଧ୍ୟ ଦିଆଯାଇଛି ଧମକ । ଏହି ଘଟଣାରେ ପୁଲିସ ଷ୍ଚେସନକୁ ଫୋନ କରିଥିବା ଅଜଣା ବ୍ୟକ୍ତି ଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now