ଅମ୍ୱାନୀ ପରିବାରକୁ ଜେଡ୍ ପ୍ଲସ ସୁରକ୍ଷା ଆପତ୍ତି- ଆବେଦନକାରୀଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ଅମ୍ୱାନୀଙ୍କଠୁ ଜେଡ-ପ୍ଲସ ସିକ୍ୟୁରିଟି ହଟାଅ। ରିଲାଏନ୍ସ ଅଧ୍ୟକ୍ଷ ତଥା ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ୱାନୀ ଓ ତାଙ୍କ ପରିବାରକୁ ମିଳୁଥିବା ଜେଡ୍ ପ୍ଲସ ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ସୁପ୍ରିମକୋର୍ଟରେ ଆବେଦନକାରୀଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ କହିଛନ୍ତି, ମୁକେଶ ଅମ୍ୱାନୀ, ତାଙ୍କ ପତ୍ନୀ ନୀତା ଅମ୍ୱାନୀ ଓ ତିନି ସନ୍ତାନ ଅନନ୍ତ, ଆକାଶ ଓ ଇଶାଙ୍କୁ ଏହି ସୁରକ୍ଷା ବ୍ଯବସ୍ଥା ଦିଆଯିବା ଉଚିତ। ଭବିଷ୍ୟତରେ ଅମ୍ୱାନୀ ପରିବାରକୁ ସୁରକ୍ଷା ସମ୍ୱନ୍ଧୀୟ କୌଣସି ଆବେଦନ ନ କରିବାକୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ। ଏହି ଆବେଦନ ବିକାଶ ସିହ୍ନାଙ୍କ ଦ୍ୱାରା ଫାଇଲ୍ ହୋଇଥିଲା। ଫେବୃଆରୀ ୨୦୨୩ରେ କୋର୍ଟ ଅମ୍ୱାନୀ ପରିବାରକୁ ଦେଶ ଭିତରେ ଓ ବାହାରେ ବି ଜେଡ ପ୍ଲସ ସୁରକ୍ଷା ବ୍ୟବସ୍ଥା ଯୋଗାଇବାକୁ କହିଥିଲେ। ଏହି ଖର୍ଚ୍ଚ ଅମ୍ୱାନୀ ପରିବାର ବହନ କରିବେ। ଆଉ ଏହି ରାୟକୁ ନେଇ ସ୍ପଷ୍ଟିକରଣ ଲୋଡ଼ି ବିକାଶ ସୁପ୍ରିମକୋର୍ଟ ଯାଇଥିଲେ। ଆବେଦନକାରୀଙ୍କ ଆବେଦନରେ କୌଣସି ଯଥାର୍ଥତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ବିଲକୁଲ ଯୁକ୍ତିସଙ୍ଗତ ଅଟେ। ଅମ୍ୱାନୀ ପରିବାର ପ୍ରତି ଧମକ ଇନପୁଟକୁ ଭିତ୍ତିକରି ଏହି ସୁରକ୍ଷା ଦିଆଯାଇଛି। ଯଦି ଆବେଦନକାରୀ ଭବିଷ୍ୟତରେ ଏଭଳି କୌଣସି ଆବେଦନ କରିବେ, ତେବେ କୋର୍ଟ ତାଙ୍କୁ ଦୃଷ୍ଟାନ୍ତମୂଳକ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବେ। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ମନମୋହନଙ୍କ ଖଣ୍ଡପୀଠ ଏହି ଅର୍ଡର ପାସ୍ କରିଛନ୍ତି। ଆବେଦନକାରୀଙ୍କ ଓକିଲକୁ ବିଚାରପତି ମନମୋହନ ପଚାରିଥିଲେ ଯେ, କେନ୍ଦ୍ର ସରକାର ଧମକ ଓ ସୁରକ୍ଷାକୁ ତର୍ଜମା କରନ୍ତି। କାଲି କି କାଲି ଯଦି କୌଣସି ଅଘଟଣ ଘଟେ, ତୁମେ କଅଣ ଉତ୍ତରଦାୟିତ୍ୱ ନେବ କି। ନା କୋର୍ଟ ନେବେ। ଏଭଳି ବିଲକୁଲ କରନି। ଏହା ଗମ୍ଭୀର ସମସ୍ୟା। ସେ କୌଣସି ରାଜନୀତି ବ୍ୟକ୍ତି କି ବିଜନେସମ୍ୟାନ। ରାଜ୍ୟ ଯାହା କିଛି ପଦକ୍ଷେପ ନେବାର କଥା ନେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *