ଜିଏସଟି ପରିଷଦ ଦ୍ୱାରା ପୁରୁଣା ଗାଡ଼ି ଦର ୧୨%ରୁ ବଢାଇ ୧୮% କରି ଦିଆଯାଇଛି । ଯାହା ପୁରୁଣା ଗାଡ଼ି ବିକ୍ରି ବଜାରକୁ ପ୍ରଭାବିତ କରିଛି । କୁହାଯାଉଛି ବାହାନ ଟାକ୍ସ ନୀତି ଅନୁଯାୟୀ ଏହି ନିଷ୍ପତ୍ତି ହୋଇଛି । ଉଦ୍ୟୋଗଜଗତ କହିଛି ଏହା ଦ୍ୱାରା ଡିମାଣ୍ଡ ହ୍ରାସ ପାଇବ । ଖାସ କରି ଟାୟାର ୨ ଓ ୩ ସହରରେ ଏହାର ପ୍ରଭାବ ବେଶୀ ଦେଖାଯିବ । ବର୍ତ୍ତମାନର ନିୟମ ମୁତାବକ ୧୨ଶହ ସିସି ବା ତାଠାରୁ ଅଧିକ ଇଞ୍ଜିନ କ୍ଷମତା ବିଶିଷ୍ଠ ଗାଡି ଏବଂ ୪୦୦୦ ମିମି. ଅଧିକ ଲମ୍ୱ ପେଟ୍ରୋଲ,ଏଲପିଜି ଏବଂ ସିଏନଜି ଗାଡି ୧୮% ଟିକସ ସ୍ଲାବରେ ଆସୁଛନ୍ତି । ସେହିପରି ୧୫୦୦ ସିସି ବା ତାଠାରୁ ଅଧିକ ଇଞ୍ଜିନ କ୍ଷମତା ଥିବା ଡିଜେଲ କାର ଓଏସୟୁଭି ଗୁଡ଼ିକ ମଧ୍ୟ ସେହି ୧୮% ଜିଏସଟି ଦର ଭିତରେ ରହୁଛି ।କିନ୍ତୁ ନୂଆ ନିୟମ ଅନୁସାରେ ଆଗରୁ ଯାହାକୁ ୧୨% ଭିତରେ ରଖାଯାଇତିଳା ଏବେତାକୁ ୧୮% କରାଯାଇଛି । ତା ମଧ୍ୟରେ ସେକେଣ୍ଡ ହାଣ୍ଡ ଇଲେକ୍ଟ୍ରିକ ଭେହିକିଲ ମଧ୍ୟ ରହିଛି । ତେବେ ବୃଦ୍ଧି ପାଉଥିବା ଦରରେ ଯେତେବେଳେ ପୁରୁଣା ଗାଡ଼ି ବ୍ୟବସାୟୀ ଗାଡି କିଣିବେ ସ୍ୱାଭାବିକ ଭାବେ ସେକେଣ୍ଡ ହାଣ୍ଡ ଗାଡ଼ିର ଉପଭୋକ୍ତା ମଧ୍ୟ ଚଢା ଦାମ ଦେବାକୁ ବାଧ୍ୟ ହେବେ ।୨୦୨୩ ଆର୍ଥୀକ ବର୍ଷରେ ଭାରତରେ ୫୧ ଲକ୍ଷ ପୁରୁଣା କାର ବିକ୍ରି ହୋଇଥିଲା । ଯାହାର ମୂଲ୍ୟ ୩୪ ବିଲିୟନ ଡଲାର ଥିଲା । ଆର୍ଥୀକ ବର୍ଷ ୨୦୨୮ ବେଳକୁ ଏହା ୭୪ ବିଲିୟନ ଡଲାର ଛୁଇଁବା ଆଶା ରହିଛି । କାରଣ ୧.୦୯ କୋଟି ପୁରୁଣା ଗାଡ଼ି ବିକ୍ରି ହେବାର ଅନୁମାନ କରାଯାଉଛି। ପୁରୁଣା ଗାଡିର ରକ୍ଷଣାବେକ୍ଷଣ ପାଇଁ ଅଧିକ ଖର୍ଚ୍ଚ ପଡ଼ୁଛି। ସ୍ପେୟାର ପାର୍ଟସ ଉପରେ ପୂର୍ବରୁ ୧୮% ଜିଏସଟି ଲାଗିଛି । ତେଣୁ ଆଗକୁ ଅତ୍ୟଧିକ ବିତ୍ତୀୟ ଚାପ ପୁରୁଣା ଗାଡ଼ି ବ୍ୟବସାୟୀ ଓ ପୁରୁଣା ଗାଡ଼ି କିଣୁଥିବା ଉପଭୋକ୍ତାଙ୍କ ଉପରେ ପଡ଼ିବା ଥୟ ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now