ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି। ସାଉଥ-ଇଷ୍ଟ ଏସିଆର ପ୍ରଥମ ଦେଶ ଭାବେ ଥାଇଲାଣ୍ଡ ସମଲିଙ୍ଗି ବିବାହକୁ ଆଇନଗତ ସ୍ୱୀକୃତି ଦେଇଛି। ଏଭଳି ଘୋଷଣା ପରେ ଏଲଜିବିଟି ସମୁଦାୟ ସେଲିବ୍ରେସନ କରିଛନ୍ତି। ଅଧିକାରୀସ୍ତରରେ ବିବାହ ପ୍ରମାଣପତ୍ର ପାଇଛନ୍ତି। ଏସିଆର ତୃତୀୟ ବୃହତ୍ତମ ଦେଶ ଭାବେ ଥାଇଲାଣ୍ଡ ଏଭଳି ଆଇନଗତ ମାନ୍ୟତା ଦେଇଛି। ସମଲିଙ୍ଗି ବିବାହକୁ ଆଇନଗତ ମାନ୍ୟତା ମିଳିବା ପରେ ଶତାଧିକ ଦମ୍ପତ୍ତି ଖୁସି ଜାହିର୍ କରିଛନ୍ତି। ଲମ୍ୱା ଲଢ଼େଇର ସୁଫଳ ମଳିଲା ବୋଲି କହିଛନ୍ତି। ଜାନୁଆରୀ ୨୩ରୁ ଏହାକୁ ଲାଗୁ ହେବ ବୋଲି ଘୋଷଣା ପରେ ସମଲିଙ୍ଗି ଦମ୍ପତ୍ତି ଅଭିନନ୍ଦନ ପ୍ୟାରେଡ୍ କରିଛନ୍ତି। ଏଭଳି ନିଷ୍ପତ୍ତିକୁ ଜାତିସଂଘ ମାନବାଧିକାର ଅଫିସ ବି ସ୍ୱାଗତ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *