ବାପାମାଆଙ୍କ ଇଛା ବିରୁଦ୍ଧରେ ବିବାହ- ମିଳିବନି ପୁଲିସ ସୁରକ୍ଷା!

ଅଭିଭାବକଙ୍କ ଇଛା ବିରୁଦ୍ଧରେ ବିବାହ କରୁଛନ୍ତି କି। ତା ହେଲେ ପୁଲିସ ସୁରକ୍ଷା ଖୋଜନ୍ତୁନି। ଆହ୍ଲାବାଦ ହାଇକୋର୍ଟ ଏ ସନ୍ଦର୍ଭରେ ରାୟ ଦେଇଛନ୍ତି। କୋର୍ଚ ଅବଶ୍ୟ ସ୍ପଷ୍ଟ କରିଛନ୍ତି ଯେ, ଉଚିତ୍ ମାମଲାରେ ଦମ୍ପତ୍ତିକୁ ସୁରକ୍ଷା ଦିଆଯାଇପାରେ। କୌଣସି ବିପଦର ଆଶଙ୍କା ଥିଲେ, ଏଭଳି ଦମ୍ପତ୍ତିଙ୍କୁ ପରସ୍ପରକୁ ସମର୍ଥନ କରିବା କଥା। ଆଉ ସମାଜକୁ ସାମ୍ନା କରିବା କଥା ଶିଖିବା ଦରକାର ବୋଲି କହିଛନ୍ତି ଅଦାଲତ। ଏକ ଦମ୍ପତ୍ତି ଅଭିଭାବକଙ୍କ ଇଛା ବିରୁଦ୍ଧରେ ଯାଇଥିଲେ। ତେବେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି କହି ଆଶଙ୍କାରୁ ପୁଲିସ ସୁରକ୍ଷା ଲୋଡ଼ି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ କହିଛନ୍ତି ଯେ, ପିତାମାତାଙ୍କ ସହମତି ବିନା ବିବାହ କରୁଥିବା ପ୍ରେମୀ ଯୁଗଳଙ୍କୁ କୌଣସି ବିପଦ ନଥିଲେ ସୁରକ୍ଷା ଦିଆଯାଇପାରିବନି। କେବଳ ନିଜ ଇଛାରେ ବିବାହ କରିଦେଲେ, ସୁରକ୍ଷା ଦାବି କରିବା କାହାର ଅଧିକାର ପରିସରଭୁକ୍ତ ନୁହେଁ। ଜଷ୍ଟିସ ସୌରଭ ଶ୍ରୀବାସ୍ତବ କହିଛନ୍ତି, ସୁରକ୍ଷା ସେତେବେଳେ ଦିଆଯିବ, ଯେତେବେଳେ ବିବାହିତ ପ୍ରେମୀଯୁଗଳଙ୍କ ଜୀବନ ଅବା ସେମାନଙ୍କ ସ୍ୱତନ୍ତ୍ରତା ଉପରେ କୌଣସି ବିପଦ ଥିବ। କୋର୍ଟ ଏକ ପ୍ରେମୀଯୁଗଳର ଆବେଦନ, ଦସ୍ତାବିଜ୍ ଓ ବୟାନକୁ ଦେଖି ହୃଦବୋଧ କରିଛନ୍ତି ଯେ, ସେମାନଙ୍କୁ କୌଣସି ଗମ୍ଭୀର ବିପତ୍ତି ନାହିଁ। ଆବେଦନକାରୀ ଦମ୍ପତ୍ତି କୋର୍ଟରେ ଦାବି କରିଥିଲେ ଯେ, ସେମାନଙ୍କ ପରିବାର ସେମାନଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ହସ୍ତକ୍ଷେପ କରୁଛନ୍ତି। ସେଥିଲାଗି ଆବେଦନକାରୀଙ୍କ ଆବେଦନରେ ପ୍ରତିପକ୍ଷଙ୍କଠୁ କୌଣସି ଶାରୀରିକ ବା ମାନସିକ ନିର୍ଯ୍ୟାତନା ଓ ଆକ୍ରମଣର କୌଣସି ପ୍ରମାଣ ନାହିଁ। ଏପରିକି ପ୍ରତିପକ୍ଷଙ୍କଠୁ ଏମିତି କୌଣସି ଆଚରଣକୁ ନେଇ ପୁଲିସରେ ଏତଲା ବି ହୋଇନି। ଏହା ସହ କୋର୍ଟ ଚିତ୍ରକୂଟ ଏସପିଙ୍କୁ ବି ନିର୍ଦେଶ ଦେଇଛନ୍ତି ଯେ, ବାସ୍ତବିକ ସ୍ଥିତି ଦେଖି ତଦନୁସାରେ ଆବଶ୍ୟକୀୟ ପଦକ୍ଷେପ ଉଠାନ୍ତୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *