ଦୁନିଆର ସବୁଠୁ ବଡ଼ ଶିବ ଲିଙ୍ଗ। ଜାନୁଆରୀ ୧୭ରେ ରାମାୟଣ ମନ୍ଦିରରେ ସ୍ଥାପନା ହେବ। ମନ୍ଦିରର ନିର୍ମାଣ କାମ ୨୦୩୦ ସୁଦ୍ଧା ସରିବ। ଏହି ଶିବଲିଙ୍ଗର ଓଜନ ୨୧୦ ମେଟ୍ରିକ ଟନ୍। ଲମ୍ୱା ୩୩ ଫୁଟ୍। ତାମିଲନାଡ଼ୁର ମହାବଳିପୁରମରେ ବିଶେଷ ଜ୍ଞାନକୌଶଳ ଓ ଶିଳ୍ପକଳା ଜରିଆରେ ନିର୍ମିତ ଏହି ଶିବଲିଙ୍ଗକୁ ପୂଜାର୍ଚ୍ଚନା ପରେ ଏହାର ଭବ୍ୟ ଯାତ୍ରା ଆରମ୍ଭ ହୋଇଛି। ଯାହାକୁ ଦେଖିବାକୁ ଓ ସ୍ୱାଗତ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି। ଗୋପାଳଗଞ୍ଜରୁ ନିଜର ଅନ୍ତିମ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା। ପୂର୍ବ ଚମ୍ପାରଣର କେସରିଆସ୍ଥିତ ବିରାଟ ରାମାୟଣ ମନ୍ଦିରରେ ଏହାର ସ୍ଥାପନା କରାଯିବ। ପ୍ରାୟ ୩୦ ଦିନରେ ୨୧୭୮ କିଲୋମିଟରର ଲମ୍ୱା ଯାତ୍ରା ପରେ ଗୋପାଳଗଞ୍ଜରେ ପହଞ୍ଚିବା ପରେ ଶିବଲିଙ୍ଗ ଉପରେ ପୁଷ୍ପବର୍ଷା କରିଛନ୍ତି ଶ୍ରଦ୍ଧାଳୁ। ୧୦ରୁ ୧୨ ଜାନୁଆରୀ ଭିତରେ ଏହା କେସରିଆରେ ପହଞ୍ଚିବ। ଆଉ ଜାନୁଆରୀ ୧୭ ମାଘ କୃଷ୍ଣ ଚତୁର୍ଦ୍ଦଶୀରେ ଏହାର ବିଧିବଦ୍ଧ ସ୍ଥାପନା କରାଯିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now